Latest Odisha News

BREAKING NEWS

Browsing Tag

Baleswar

କାର୍‌ ସହ ଟ୍ରକ୍‌ ମୁହାଁମୁହିଁ, ୪ ଆହତ

ବାଲେଶ୍ୱର : ପୁରୀରୁ ଫେରିବା ବାଟରେ ଅଘଟଣ । ଟ୍ରକ୍‌ ସହ ଧକ୍କା ହେଲା କାର୍‌ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କିଛି ଗାଁର ଲୋକେ ପୁରୀରୁ ଫେରୁଥିଲେ । ଜଗନ୍ନାଥ…

କୁକୁଡା ଦେଇ ଫେରିବା ବେଳେ ଦୁର୍ଘଟଣା ; ୨ ମୃତ, ୨ ଗୁରୁତର

ବାଲେଶ୍ୱର : ସକାଳୁ ସକାଳୁ ଦୁର୍ଘଟଣା ୨ ମୃତ, ୨ ଗୁରୁତର । ଅଜଣା ଗାଡ଼ି ସହ ଧକ୍କା ହେଲା ମିନିଟ୍ରକ୍‌ । ମୃତକ ୨ ଜଣ ହେଲେ ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ…

ବାଲେଶ୍ୱରରେ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେ ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି ।…

ବନ୍ୟା ସ୍ଥିତିର ସମୀକ୍ଷା କଲେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର : ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ । ଆଜି  ଦିନ ୧୧ଟାରେ ଏହି ସମୀକ୍ଷା ବୈଠକ ବସିଥିଲା । ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ନେଇ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରବିବାର ଏନେଇ ସମୀକ୍ଷା ବୈଠକ କରିଥିଲେ ଜଳସଂପଦ…

ବନ୍ୟା ପ୍ରଭାବରେ ବାଲେଶ୍ୱର ଜିଲ୍ଲା, ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର :  ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ…

ଫୁଲୁଛି ଜଳକା: ବାଲେଶ୍ୱର ଜିଲ୍ଲା ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ

ବାଲେଶ୍ୱର: ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ । ଜଳସ୍ତର କ୍ରମାଗତ ଭାବରେ ବଢି ଚାଲିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ବିପଦ ସଙ୍କେତ ଚପିଛି । ଏବେ ସେଠାରେ ଜଳସ୍ତର ରହିଛି ୬.୨୨ ମିର ରହିଛି । ମଥାନୀଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର । ଜଳସ୍ତର ୬.୫ ମିଟର ପାର କଲେ…

ଏସିଏଫ୍ ସୌମ୍ୟଙ୍କୁ ନ୍ୟାୟ ଦାବି, ଖଇରାରେ ୬ ଘଣ୍ଟିଆ ବନ୍ଦ ପାଳନ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୫୭ ଦିନ ବିତିଲାଣି । ତଥାପି ଜଣା ପଡ଼ିଲା ନାହିଁ କେମିତି ସେ ପୋଡ଼ି ହେଲେ ? ମୃତ୍ୟୁ ରହସ୍ୟକୁ ଏଯାଏ ଗଜପତି ପୋଲିସ କି କ୍ରାଇମବ୍ରାଞ୍ଚ କେହି ଭେଦି ପାରିଲେ ନାହିଁ । ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ତାଙ୍କ ପୈତୃକ…

ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱରରେ ସାଇକ୍ଲୋଥନ୍

ବାଲେଶ୍ୱର: ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ  । ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନଦଙ୍କ ଜନ୍ମ ଦିବସ  । ଏହି ଅବସରରେ ରାଜ୍ୟବ୍ୟାପୀ ମାରଓ୍ୱାଡି ଯୁବ ମଞ୍ଚ ପକ୍ଷରୁ ସାଇକ୍ଲୋଥନ୍ ଆୟୋଜିତ ହୋଇଯାଇଛି  । ଜାତୀୟ କ୍ରୀଡ଼ା ଦିବସ ଅବସରରେ ବାଲେଶ୍ୱର ସହରରେ ଏହି ସାଇକ୍ଲୋଥନକୁ ଉଦଘାଟନ କରିଥିଲେ…

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ପଜିଟିଭ୍

ବାଲେଶ୍ୱର: ପିଲାଙ୍କ ପ୍ରତି ବଢ଼ିଛି କରୋନା ଭୟ । ରାଜ୍ୟରେ ଛୋଟ ଛୁଆଙ୍କୁ ସଂକ୍ରମଣ ବଢୁଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଏସଏନସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ କରୋନା ସଂକ୍ରମିତ ହୋଇଛନ୍ତି । ଆଉ ୮…

ଫୁଲୁଛି ସୁବର୍ଣ୍ଣରେଖା: ବାଲେଶ୍ୱର ରାଜଘାଟରେ ବିପଦ ସଙ୍କେତ ଟପିଲା ଜଳସ୍ତର

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଫୁଲୁଛି ସୁବର୍ଣ୍ଣରେଖା । ଜଳସ୍ତର ବୃଦ୍ଧି ପାଇଛି । ଆଜି ବାଲେଶ୍ୱର ଜିଲ୍ଲା ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଟପିଛି । ରାଜଘାଟ ନିକଟରେ ବର୍ତ୍ତମାନ ଜଳସ୍ତର ରହିଛି ୧୦.୫୪ ମିଟର । ଏଠାରେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର…