ବାଲେଶ୍ବର: ବାତ୍ୟାର ତାଣ୍ଡବଲୀଳା ସମୟରେ ସାହସ ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ। ବାତ୍ୟା ଲ୍ୟାଣ୍ଡଫଲ ସମୟରେ ରାସ୍ତାରେ ପଡିଥିବା ଗଛକୁ କାଟି ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ। ବାଲେଶ୍ବର ସଦର ବ୍ଳକ ଅନ୍ତର୍ଗତ ସିନ୍ଧିଆ ଗାଁରେ ଜଣେ ହଠାତ ଅସୁସ୍ଥ ହୋଇପଡିଥିଲେ।
ସିନ୍ଧିଆର ଚନ୍ଦ୍ରିକା ପ୍ରଧାନ ଚେତାଶୂନ୍ୟ ହୋଇଯିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଦିନ ୧୧ଟା ବେଳେ ଫୋନ କରିଥିଲେ। କଲ ପାଇବା ମାତ୍ର ରାଣିପାଟଣାରେ ଥିବା ଆମ୍ବୁଲାନ୍ସ ରୋଗୀକୁ ଆଣି ହସ୍ପିଟାଲ ଆଣୁଥିଲେ। ଆସିବା ବାଟରେ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା।
ତେବେ ଆମ୍ବୁଲାନ୍ସ ଡ୍ରାଇଭର ଭାସ୍କର ଚନ୍ଦ୍ର ସାହୋ, ସୌମ୍ୟ କାନ୍ତ ବିଶ୍ବାଳ ଏବଂ ପ୍ରଦୀପ ନାୟକ ଗଛ କାଟି ରାସ୍ତା ସଫାକରି ରୋଗୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇଥିଲେ। ହସ୍ପିଟାଲ୍ ରେ ପହଞ୍ଚିବା ପରେ ଏବେ ମହିଳା ଜଣଙ୍କ ସୁସ୍ଥ ଅଛନ୍ତି।
Comments are closed.