Latest Odisha News

କ୍ୟାନ୍ସର ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା !

ବଲାଙ୍ଗୀର: ସମଗ୍ର ରାଜ୍ୟରେ ତାଣ୍ଡବ ରଚିଛି ୟାସ୍ । ପୂର୍ବରୁ ଘର ଦୁଆର ସାମ୍ନାରେ ଜଗି ରହିଛି କରୋନା ସଂକ୍ରମଣି । ଉଭୟ କରୋନା ଓ ୟାସ୍ ଲୋକଙ୍କ ଜୀବନକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲାବେଳେ ଟିକ୍ରାପଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା ।

BjdElectrycity

କ୍ୟାନ୍ସର ଦେଉଥିଲା ଅସହ୍ୟ ପୀଡା । ବୋଧ ହୁଏ ବଂଚିବା ଅପେକ୍ଷା ମରିବା ଥିଲା ସହଜ । ଶେଷରେ କ୍ୟାନ୍ସର ରୋଗରେ ଛଟପଟ ହୋଇ ପ୍ୟାରେଲାଲ ସାହୁ ନାମକ ଜଣେ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ଅନୁଯାୟୀ ପ୍ୟାରେଲାଲ୍ ଏକ ପାନ ଦୋକାନ କରି ପେଟ ପୋଷୁଥିଲେ । ହେଲେ କ୍ୟାନ୍ସର ରୋଗରେ ପୀଡିତ ହେବା ପରେ ସେ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ ।

ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଶେଷରେ ପ୍ୟାରେଲାଲ ଆଜି ଟ୍ରାନ୍ସଫର୍ମର ଉପରେ ଚଢି ଆତ୍ମହତ୍ୟା କରିଛନ୍ତି । ବିଦ୍ୟୁତ ଆଘାତରେ ପ୍ୟାରେଲାଲଙ୍କର ମୃତ୍ୟୁ ଘଟିଥଲାବେଳେ ସ୍ଥାନୀୟ ଅଂଚଳରେ ଏହି ଘଟଣା ଶୋକର ଛାୟା ଖେଳାଇଦେଇଛି । ଅନ୍ୟପଟେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ ।

Leave A Reply

Your email address will not be published.