Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି । ଏହାର ରେକର୍ଡ ରଖୁଛନ୍ତି ଆଶା କର୍ମୀ ।

କରୋନା ଚେନରେ ବ୍ରେକ ଲଗାଇବା ପାଇଁ ଆସନ୍ତା ୨୪ ତାରିଖରୁ ଡୋର୍ ଟୁ ଡୋର୍ ସର୍ଭେ ଚାଲିବ ବୋଲି ଗତକାଲି ସର୍ବଦଳୀୟ ବୈଠକରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ମାସ ଯାଏ ଘରକୁ ଘର ବୁଲି ଆଶା କର୍ମୀ ଓ ଏଏନଏମ୍ କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ । ସେହିପରି ଗାଁ କଲ୍ୟାଣ ସମିତିକୁ ବି କୋଭିଡ୍ ମୁକାବିଲାରେ ସାମିଲ କରାଯିବ ।

Leave A Reply

Your email address will not be published.