Latest Odisha News

BREAKING NEWS

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଉ ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ଗତକାଲି ବସିଥିବା କ୍ୟାବିନେଟ ବୈଠକରେ DA ଏବଂ DR କୁ ୪୬ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହିତ କର୍ମଚାରୀଙ୍କ ଘର ଭଡା ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି। ୨୦୨୪ ଜାନୁଆରୀ ପହିଲାରୁ ଏହା ଲାଗୁ ହେବ । HRA ବୃଦ୍ଧି ହେତୁ ସରକାରଙ୍କ ଖର୍ଚ୍ଚ ୯,୦୦୦ କୋଟି ଟଙ୍କା ବୃଦ୍ଧି ପାଇବ |ଏହି ନିଷ୍ପତ୍ତି ଫଳରେ ୪୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୭ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ ।

କ୍ୟାବିନେଟ ବୈଠକରେ Y ବର୍ଗର ସହରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ HRA କୁ ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି ଏହା ୧୮ ପ୍ରତିଶତ ଥିବା ବେଳେ ବୃଦ୍ଧି ପରେ ଏହା ୨୦ ପ୍ରତିଶତ ହୋଇଛି । ସେହିଭଳି, Z ବର୍ଗରେ HRA ୧ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନ ଏହା ୯ ପ୍ରତିଶତ ଥିବା ବେଳେ ଏହାକୁ ବଢାଇ ୧୦ ପ୍ରତିଶତ କରାଯାଇଛି ।

କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟେଲ କହିଛନ୍ତି ଯେ, ଏହି ନିଷ୍ପତ୍ତି ଦ୍ଵାରା ସରକାରଙ୍କ ବୋଝ ୧୨,୮୬୯ କୋଟି ଟଙ୍କା ବଢିବ। ପୀୟୁଷ ଗୋୟେଲ କହିଛନ୍ତି ଯେ, ଏହି ନିଷ୍ପତିରେ HRA ମଧ୍ୟ ବଢିବ । ଏହା ବ୍ୟତୀତ ଗ୍ରାଚ୍ୟୁଇଟି ୨୦ ଲକ୍ଷରୁ ୨୫ଲକ୍ଷକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହାଦ୍ଵାରା ଅନେକ କେନ୍ଦ୍ରୀୟ କର୍ମଚାରୀଙ୍କୁ ଲାଭ ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ 2୦୨୩ ଅକ୍ଟୋବରରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କର ୪ପ୍ରତିଶତ DA ବୃଦ୍ଧି କରିଥିଲେ । ଏହା ବ୍ୟତୀତ ୨୦୨୩ ଜୁଲାଇ ୧ରେ ମହଙ୍ଗା ଭତ୍ତା ୪ପ୍ରତିଶନ ବଢା ୪୬ ପ୍ରତିଶତ କରିଥିଲେ ।

Leave A Reply

Your email address will not be published.