ବଲାଙ୍ଗୀର: ଚଳଚ୍ଚିତ୍ର ପ୍ରଯୋଜକଙ୍କ ନାଁରେ ଥାନାରେ ଏତଲା ଦେଲେ ବହୁ ଚର୍ଚ୍ଚିତ ଦାନ ମାଝୀ । ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଯୋଜକ ମନୋଜ ବାଗ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାସ୍’ ତିଆରି କରିଛନ୍ତି । ଯାହା ତାଙ୍କ ଜୀବନ ସହ ଆଧାରିତ ।
ହେଲେ ପ୍ରଯୋଜକ ଜଣକ ଏହି ସିନେମା ସଂପର୍କରେ ତାଙ୍କ ସହ କଥା ହୋଇନାହାନ୍ତି କି ତାଙ୍କର ଅନୁମତି ନେଇ ନାହାନ୍ତି । ଏଣୁ ଦାନ ମାଝୀ ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ଏତଲା ଦେଇଥିବା କହିଛନ୍ତି ।
ସୂଚନାଯୋଗ୍ୟ, ମନୋଜ କୁମାର ବାଗଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଲାସ୍’ ଇଣ୍ଡୋ-ସିଙ୍ଗାପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ (ISFFA) ପ୍ରଦର୍ଶିତ ହୋଇଥିଲା । ମନୋଜ ଏକାଧାରରେ ଜଣେ ନିର୍ଦ୍ଦେଶକ, ଏଡିଟର୍, ଲେଖକ, ଅଭିନେତା ଏବଂ ପ୍ରଯୋଜକ ଅଟନ୍ତି ।