Latest Odisha News

BREAKING NEWS

କର୍‌ବା ଚୌଥ୍‌ ବିଜ୍ଞାପନ ପ୍ରତ୍ୟାହାର ନେଇ କମ୍ପାନୀ ଉପରେ ବର୍ଷିଲେ ପୂଜା

ନୂଆଦିଲ୍ଲୀ: କର୍‌ବା ଚୌଥ୍‌କୁ ଧ୍ୟାନରେ ରଖି ଡାବର ଏକ ବିଜ୍ଞାପନ ପ୍ରକାଶ କରିଥିଲେ ଯେଉଁଥିରେ ଦୁଇଜଣ ସମଲିଙ୍ଗୀ ମହିଳା ପରସ୍ପର ପାଇଁ ଉପବାସ କରୁଥିବା ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହି ବିଜ୍ଞାପନକୁ ସମାଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଧମକ ଦେଇଥିଲେ।

ଏଥି ସହିତ ହିନ୍ଦୁମାନଙ୍କ ପର୍ବକୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। ବିବାଦ ବଢିବା ପରେ ଡାବର ବିଜ୍ଞାପନ ପ୍ରତ୍ୟାହାର କରି କ୍ଷମା ମାଗିଥିଲେ। ବର୍ତ୍ତମାନ ଅଭିନେତ୍ରୀ ପୂଜା ଭଟ୍ଟ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କମ୍ପାନୀ ଉପରେ ମଧ୍ୟ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ଅଳଙ୍କାର ବ୍ରାଣ୍ଡ୍‌ ତନିସ୍କ ଏବଂ ପୋଷାକ ବ୍ରାଣ୍ଡ୍‌ ମାନ୍ୟବର ଏବଂ ଫ୍ୟାବ୍‌ଇଣ୍ଡିଆ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.