Latest Odisha News

BREAKING NEWS

କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ; କୋର୍ଟରେ ଡାବର ଓ ପତଞ୍ଜଳି

ନୂଆଦିଲ୍ଲୀ: କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ। ଯାହାକୁ ନେଇ ଚ୍ୟବନପ୍ରାଶ ବନାଉଥିବା ବହୁ ପୁରୁଣା କମ୍ପାନୀ ଡାବର୍ ଏବଂ ପତଞ୍ଜଳି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ନିକଟରେ ପତଞ୍ଜଳି ଦ୍ୱାରା ପ୍ରକାଶ ପାଇଥିବା ଏକ ବିଜ୍ଞାପନକୁ ବିରୋଧ କରି ଡାବର୍ ଏକ ମାମଲା ରୁଜୁ କରିଛି। ଡାବର୍ ଇଣ୍ଡିଆର ପ୍ରତିନିଧୀ ଅଖିଲ ସିବ୍ବଲ କହିଛନ୍ତି ଯେ ପତଞ୍ଜଳି ନିଜ ବିଜ୍ଞାପନ ଦ୍ୱାରା ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ସହ ଅନ୍ୟ କମ୍ପାନୀମାନଙ୍କର ତିଆରି ପଦ୍ଧତି ଏବଂ ସୂଚନା ଉପରେ ପ୍ରଶ୍ନ ଉଠାଉଛି। ପତଞ୍ଜଳି ଏହାର ବିଜ୍ଞାପନ ମାଧ୍ୟମରେ ଡାବର୍ ଚ୍ୟବନପ୍ରାଶ ବ୍ରାଣ୍ଡକୁ ଟାର୍ଗେଟ କରୁଥିବା କଥା ସେ କହିଛନ୍ତି।

ତେବେ ଜାନୁଆରୀ ଶେଷ ସପ୍ତାହରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସ୍ଥିର କରିଛନ୍ତି। ହେଲେ ଡାବର୍ କୋର୍ଟରୁ ତୁରନ୍ତ ନ୍ଯାୟ ଦାବି କରିବା ପରେ କୋର୍ଟ ଉଭୟ ପକ୍ଷଙ୍କୁ ନିଜ ନିଜର ଯୁକ୍ତି ଉପସ୍ଥାପନ କରିବାକୁ କହିଛନ୍ତି।

ପତଞ୍ଜଳି ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞାପନରେ ବାବା ରାମଦେବ କହିଛନ୍ତି ଯେ ଯେଉଁମାନଙ୍କର ଆୟୁର୍ବେଦ ଏବଂ ବେଦ ବିଷୟରେ ଜ୍ଞାନ ନାହିଁ, ସେମାନେ ଚରକ, ଶୁଶୃତ, ଧନନ୍ତରୀ ଏବଂ ଚ୍ୟୱନରିଶିଙ୍କ ପରମ୍ପରାକୁ ଅବଲମ୍ବନ କରି ଚ୍ୟବନପ୍ରାଶ କିପରି ତିଆରି କରିପାରିବେ? ତେବେ ଏହି ବିଜ୍ଞାପନ ବିଭିନ୍ନ ଟିଭି ଚ୍ୟାନେଲ ଏବଂ ଖବରକାଗଜରେ ମଧ୍ୟ ପ୍ରକାଶ ପାଇଛି।

ଅପରପକ୍ଷରେ ପତଞ୍ଜଳି ପୂର୍ବରୁ ମଧ୍ଯ ଏହିପରି କୌଶଳ ଆପଣେଇ ଥିବା କଥା ଡାବର୍ କହିଛି।

 

 

Leave A Reply

Your email address will not be published.