Latest Odisha News

BREAKING NEWS

ବନ୍ଧୁକ ଦେଖାଇ ୪୦ ଭରି ସୁନାଗହଣା ଲୁଟ୍, ରାତିରେ କଳାକନା ବୁଲାଇଲେ ଲୁଟେରା

କଳାହାଣ୍ଡି: ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ରଖି ରାତିରେ କଳାକନା ବୁଲାଇ ଦେଲେ ଲୁଟେରା । ଘରେ ପଶି ସମସ୍ତଙ୍କୁ ଭୟଭୀତ କରାଇ ଦୁର୍ବୃତ୍ତ ଲୁଟି ନେଲେ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି ।

ଗତକାଲି ରାତିରେ ମୁଖା ପିନ୍ଧା ୫ ଜଣ ଲୁଟେରା ଗାଁର ଜଗଦୀଶ ପାଟ୍ଟଯୋଶୀଙ୍କ ଘରେ ପଶିଥିଲେ । ସେମାନେ ବନ୍ଧୁକ ଦେଖାଇ ପ୍ରଥମେ ପରିବାର ସଦସ୍ୟଙ୍କୁ ଭୟଭୀତ କରିଥିଲେ । ଏହାପରେ ଆଲମାରୀରେ ଥିବା ସୁନା ଗହଣା ସମେତ ଗୋଟିଏ ବୁଲେଟ୍ ମୋଟର ସାଇକେଲ୍ ଓ ଟିଭି ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି ।

ଲୁଟେରାମାନେ ଯିବା ପରେ ଜଗଦୀଶ ଗାଁ ଲୋକଙ୍କୁ ଡାକିଥିଲେ । ଅଭିଯୋଗ ପରେ କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଚଳାଇଛି । ଲୁଟେରାଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.