Latest Odisha News

BREAKING NEWS

୨୪ ବର୍ଷରେ ବିଜେଡି, ଦଳ ପାଳୁଛି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ କୋଭିଡ୍ କଟକଣା ଭିତରେ ଆୟୋଜିତ ହେବ ସମାବେଶ । ଦଳୀୟ କାର୍ଯ୍ୟାଳୟରେ ସାଧାରଣ ସଭାରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ପୂର୍ବରୁ ବିଜେଡିର ଯୁବ, ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ ନବୀନ । ସେହିପରି ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ସୋସିଆଲ ମିଡିଆ ଅପପ୍ରଚାରକୁ ଦୂର କରି ଲୋକଙ୍କ ପାଖରେ ସତ ପହଞ୍ଚଇବାକୁ ଆହ୍ୱାନ ଦେଇଥିଲେ । ଏବେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନେତା ଓ କର୍ମୀଙ୍କୁ କଣ ଆହ୍ୱାନ ଦେବେ ତା ଉପରେ ନଜର ରହିଛି ।

Leave A Reply

Your email address will not be published.