Latest Odisha News

BREAKING NEWS

କରୋନା ଠାରୁ ବଳିଗଲାଣି ଦାଦନ ସମସ୍ୟା: ବିଜୟ ମହାପାତ୍ର

ଭୁବନେଶ୍ୱର: ମହାମାରୀ କରୋନା ସ୍ଥିତିରୁ ବଳିଗଲାଣି ଦାଦନ ସମସ୍ୟା । କୋରନା ପାଇଁ ସବୁ ପ୍ରସ୍ତୁତି ହୋଇଛି କିନ୍ତୁ ଦାଦନଙ୍କ ପାଇଁ କିଛି ନାହିଁ। ସରକାର ସବୁ ଜାଣିଛନ୍ତି ହେଲେ କିଛି ଉଦ୍ୟମ କରୁନଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ବିଜୟ ମହାପାତ୍ର କହିଛନ୍ତି, ସୁରଟ ଘଟଣା ସରକାରଙ୍କ ପାଇଁ ନିନ୍ଦା ଆଣିଛି । ପ୍ରବାସୀ ଓଡିଆଙ୍କ ପାଖରେ ଖାଇବାକୁ ନାହିଁ, ଟଙ୍କା ନାହିଁ । ଘରକୁ ଫେରିବା ବେଳେ ସେମାନେ ପୋଲିସ ମାଡ ଖାଉଛନ୍ତି । ରାସ୍ତାରେ ଚାଲି ଚାଲି ମରୁଛନ୍ତି । ତେବେ ବହୁ ଆଗକୁ କହିବା ସତ୍ତ୍ୱେ ସରକାର ସମ୍ବେଦନଶୀଳ ହେଲେ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଦାଦନ ବର୍ତ୍ତମାନ ଦଲାଲଙ୍କ ଶୀକାର ହେଉଛନ୍ତି । ଏବେ ମଧ୍ୟ ସମୟ ଅଛି ସରକାର ଦାଦନ ଶ୍ରମିକଙ୍କ ଦୁଃଖ ବୁଝନ୍ତୁ ବୋଲି ମତ ରଖିଛନ୍ତି ବିଜୟ ମହାପାତ୍ର ।

Leave A Reply

Your email address will not be published.