Latest Odisha News

BREAKING NEWS

ଓଡ଼ିଶାରେ ରହିବ ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ୧୨ ଜିିଲ୍ଲାକୁ ସତର୍କଘଂଟି: ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଥିବା ସମ୍ଭାବ୍ୟ ବାତ୍ୟା ଓଡିଶା ଉପରେ ପ୍ରଭାବ ପକାଇବ । ଏଥିପାଇଁ ରାଜ୍ୟର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି, ଆକଳନ ଅନୁସାରେ ୨୦ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ।

ତେବେ ୧୮, ୧୯ ଓ ୨୦ ତାରିଖରେ ଏହାର ପ୍ରଭାବ ଓଡିଶା ଉପରେ ରହିବ । ୧୯ ଓ ୨୦ ତାରିଖରେ ରାଜ୍ୟରେ ବାତ୍ୟାର ପ୍ରଭାବ ଅଧିକ ରହିବ । ୧୯ ତାରିଖରେ ଉପକୂଳବର୍ତ୍ତୀ ଓଡିଶାରେ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଂଟାପ୍ରତି ୬୦ରୁ ୭୫ କିଲୋମିଟର ଭିତରେ ରହିବ । ୨୦ ତାରିଖରେ ପବନର ବେଗ ଘଂଟାପ୍ରତି ୯୦ରୁ ୧୧୦ କିଲୋମିଟର ଭିତରେ ରହିବା ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟା ପାଇଁ ୧୨ଟି ଜିଲ୍ଲାରେ ଯାହାର କଚ୍ଚା ଘର ରହିଛି ତାକୁ ସ୍ଥାନାନ୍ତରିତ କରାଯିବ । ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଥେଷ୍ଟ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି ତେଣୁ ଅଯଥାରେ ସାମଗ୍ରୀ କିଣନ୍ତୁ ନାହିଁ ବୋଲି ଏସଆରସି ସୂଚନା ଦେଇଛନ୍ତି । ଆସନ୍ତାକାଲିଠାରୁ ଓଡ୍ରାଫର ୨୦, ଏନଡିଆରଏଫର ୧୮ ଏବଂ ଅଗ୍ନିଶମ ବିଭାଗର ୩୩୫ ଜଣଙ୍କୁ ପ୍ରଭାବିତ ଜିଲ୍ଲାକୁ ପଠାଯିବ । ଆଜି ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି କେନ୍ଦ୍ର କ୍ୟାବିନେଟ୍ ସଚିବ ପଶ୍ଚିମବଙ୍ଗ ଓ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବେ ।

Leave A Reply

Your email address will not be published.