Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୧ ତାରିଖ ଗୁରୁବାର ମୀନ ୧୯ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର
ଆଜିର ଘାତ ବାର ତୁଳା ଓ କୁମ୍ଭ ରାଶିର
ଆଜିର ଘାତ ଚନ୍ଦ୍ରସିଂହ କନ୍ୟା ଓ ମକର ରାଶି ମହିଳାଙ୍କର 
ଆଜିର ନିଷେଧ ଖାଦ୍ୟ : ମୂଳା

ମେଷ
ଆଜି ପାରିବାରିକ ସମସ୍ଯା ଦେଖାଦେଇପାରେ, ଯାହାଫଳରେ ମାନସିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଜଗିରଖି ଚଳନ୍ତୁ କଥା ବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ ‌। ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।

ବୃଷ
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁ ମାନଙ୍କୁ ସାହାଯ୍ୟ ସହଯୋଗ ସହାନୁଭୂତି ପ୍ରଦାନ କରିଥିଲେ ସେମାନେ ପରୋକ୍ଷରେ ବିରୋଧ କରିପାରନ୍ତି।ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଲାଭ ମିଳିବ।

ମିଥୁନ
ଆଜି ଦେହ ମନ ସୁସ୍ଥ ରହିବ, ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଆଜି ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କୁ କର୍ମକ୍ଷେତ୍ରର ଶୁଭ ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

କର୍କଟ

ଆଜି କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେଇପାରେ। ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ।

ସିଂହ
ଆଜି ଆପଣ ସମସ୍ତ ଦିଗରେ ସଫଳତା ହାସଲ କରିବେ କର୍ମକ୍ଷେତ୍ରର କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ। ବାଣିଜ୍ୟ ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

କନ୍ୟା
ଆଜି କାର୍ଯ୍ୟ କ୍ଷେତ୍ରରେ ଉଚ୍ଚଅଧିକାରୀ ଆପଣଙ୍କୁ ସାହାଯ୍ୟ କରିବେ । ଜୀବନ ସାଥୀ ସହ ଦେବ ଦର୍ଶନ କରିବା ପାଇଁ ଯାଇପାରନ୍ତି।କୌଣସି ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି। ମନରେ ଦୟା କ୍ଷମା ଭାବରଖି କାର୍ଯ୍ୟ କରି ପ୍ରଶଂସିତ ହେବେ।

ତୁଳା
ଆଜି ଆୟ ବ୍ୟୟ ପ୍ରାୟତଃ ସମାନ ହେବ। ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଥିବା ମହିଳାମାନେ ଆଜି ଆତ୍ମସନ୍ତୋଷ ଲାଭ କରିବେ। ଛାତ୍ର ଛାତ୍ରୀମାନେ ପାଠ ପଢା ପ୍ରତି ମନୋନିବେଶ କରିବେ । କଥା ବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ ।

ବିଛା
ଆଜି ଆପଣ ଯଗିରଖି ଚଳନ୍ତୁ ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖାଦେଇପାରେ। ନିଜ କର୍ତ୍ତବ୍ୟ ସରିଲା ପରେ ଅନ୍ୟକୁ ସାହାଯ୍ୟ ସହଯୋଗ କରନ୍ତୁ ଏହିପରି କେହିଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ। ସନ୍ତାନ ସନ୍ତତିମାନେ ବିଶୃଙ୍ଖଳିତ କାର୍ଯ୍ୟ କରିପାରନ୍ତି, ଯାହାକୁ ନେଇ ଆପଣ ଚିନ୍ତିତ ରହିବେ।

ଧନୁ
ଆଜି ଶାରୀରିକ କଷ୍ଟ ସହ ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏଣୁ ଆପଣ ସତର୍କ ହୋଇ ଚାଲନ୍ତୁ। ମହିଳାମାନେ ଘରେ ବାହାରେ ସବୁଠି ଅପମାନିତ ହୋଇ ପାରନ୍ତି ‌। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ମକର
ଆଜିର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ବାଲ୍ୟ ବନ୍ଧୁ ସହିତ ଯୋଗାଯୋଗ ହେବ, ମନ ପ୍ରସନ୍ନ ରହିବ । ଶାରୀରିକ ମାନସିକ ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ। ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।

କୁମ୍ଭ
ଆଜି ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ସହଯୋଗ ମିଳିବ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ତେଣୁ ଧାର କରଜ କରିବାକୁ ପଡିପାରେ ।ଆପଣଙ୍କର ଜୀବନ ସାଥୀ ସହ ଅଧିକ ସମୟ କାଟିବେ‌। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

ମୀନ
ଆଜି ଆପଣ କୌଣସି ସାମାଜିକ ଅନୁଷ୍ଠାନରେ ଯୋଗ ଦେବାକୁ ପଡ଼ିପାରେ। ନିଜର ଲୋକ ବିରୁଦ୍ଧାଚରଣ କରିବେ । ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ମହିଳାମାନେ ଘରେ ବାହାରେ ସବୁଠି ପ୍ରସଶନୀୟା ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.