Latest Odisha News

BREAKING NEWS

ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ ଘୁଂଚିଲା

ଭୁବନେଶ୍ୱର: ଝାଡଖଣ୍ଡ ସିମଡେଗାରେ ହେବାକୁ ଥିବା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏପ୍ରିଲ ୩ରୁ ଏହି ଚାମ୍ପିୟନଶିପ ଆରମ୍ଭ ହେବାର ଥିଲା । ଜଣେ କୋଚ ଏବଂ ୧୧ଜଣ ଖେଳାଳି କୋଭିଡ-୧୯ ସଂକ୍ରିମତ ଥିବା ଜଣାପଡିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଝାଡଖଣ୍ଡର ୬ଜଣ ଖେଳାଳି ଓ ଜଣେ କୋଚ ଏବଂ ଚଣ୍ଡୀଗଡ ଟିମର ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ଚାମ୍ପିୟନଶିପକୁ ସ୍ଥଗିତ କରାଯିବା ସହ ଅନ୍ୟ ଦଳଗୁଡିକୁ ଫେରିଯିବା ପାଇଁ ପରାମର୍ଶ ଦିଆ ଯାଇଥିଲା । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖେଳାଳିମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

Leave A Reply

Your email address will not be published.