Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ
ତା ୩-୧-୨୦୨୧ ରବିବାର

ଆଜିର ମହତ୍ତ୍ୱ
ଆଜି ୨୦୨୧ ମସିହା ଜାନୁଆରୀ ତା ୩ ରିଖ ରବିବାର ଧନୁ ୨୦ ଦିନ ପୌଷ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର
ଘାତ ବାର:-ମେଷ ରାଶିର
ଘାତ ଚନ୍ଦ୍ର :- କର୍କଟ ଓ ମକର ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ :- ବେଲ

ମେଷ
ମାନସିକ ଅସ୍ଥିରତା ଲାଗି ରହିବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ଅବସ୍ଥାନ କରିବା ଆପଣଙ୍କ ସକାଶେ କଷ୍ଟକର ହୋଇପାରେ । ଆଜି ଯାତ୍ରା, ବିବାଦ, ଗୃହାରମ୍ଭ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ବୃଷ
କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇ ନ ପାରେ । ସକାଳୁ ସକାଳୁ କିଛି ଘରର କଥା, ପୂର୍ବରୁ ପରିଶୋଧ କରିବାକୁ ଥିବା ଋଣ, ଦୂରଯାତ୍ରା ଓ ବନ୍ଧୁ ସମ୍ପର୍କୀୟ ଦୁଶ୍ଚିନ୍ତାରେ ସମୟ ଅତିବାହିତ ହେବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେବ ।

ମିଥୁନ
ଆଜି ଆର୍ଥିକ ଉନ୍ନତି ହେବା ସହ ସମସ୍ୟା ସମାଧାନ ଓ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରେ ସହାୟକ ହୋଇପାରିବ। ପୂର୍ବ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ । ନିଜର ସହନଶୀଳତା ଗୁଣରୁ ପାରିବାରିକ ଜୀବନ ସୁଖପ୍ରଦ ହେବ । ବାଣିଜ୍ୟ, ପରିବହନରେ ସମସ୍ୟା
ଦେଖାଦେଇପାରେ।

କର୍କଟ
ଆଜି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ସମ୍ମାନର ଅଧିକାରୀ କରାଇବ । ସମସ୍ତ ପ୍ରକାରର ଘାତ ଓ ପ୍ରତିଘାତ ଦୂରେଇ ଯିବ । ପାରିବାରିକ ଜୀବନ ସୁଖମୟ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।

ସିଂହ
ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ ।ଉଚ୍ଚ ପଦସ୍ଥବ୍ୟକ୍ତି ମାନଙ୍କ ସୌହାର୍ଦ୍ଦ୍ୟ ଲାଭ କରିବେ। କର୍ମକ୍ଷେତ୍ରରେ ସାମୟିକ ବାଧା ଓ ପ୍ରତିବନ୍ଧକର ଦେଖାଦେଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

କନ୍ୟା
ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍‌ ଭାବେ ବୁଝି ପାରିବେନି । ସହକର୍ମୀମାନଙ୍କ ଖାମଖିଆଲ କାର୍ଯ୍ୟ ଯୋଗୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଆଜି କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିବ । ଗୃହ, ଭୂମି, ଯାନ ବାହନ ଲାଭ କରିବେ ।

ତୁଳା
କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କ୍ରମକ୍ଷେତ୍ରରେ ପ୍ରଶଂସନୀୟ ହେବେ। ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହେବେ । ଆଜିର ଯାତ୍ରାରେ ସଫଳତା ମିଳିବ ।

ବିଛା
ଆଶା କରିଥିବା ଅର୍ଥ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଘରେ ବନ୍ଧୁ ମିଳନ ଓ ଖୁସୀର ଆସର ଜମିପାରେ । ପାରିବାରିକ ସମର୍ଥନ ଆପଣଙ୍କୁ ବିଜୟ କରାଇବ ।

ଧନୁ
ଅସାବଧନତା କାରଣରୁ ଧନହାନିର ଆଶଙ୍କା ଦେଖାଦେବ । କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବା କଷ୍ଟକର ହେବ। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।

ମକର
ଚେଷ୍ଟା କରୁଥିବା କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।ମହିଳାମାନେ ନିଜ ପରିବାରରେ ଆଦରଣିଯ ହେବେ । ଗୁରୁଜନମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।

କୁମ୍ଭ
ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ। ଅପରାହ୍ନରେ ଶୁଭ ଖବର ପାଇବେ ।

ମୀନ
କାର୍ଯ୍ୟ ସାଧନ ସକାଶେ ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗ ମିଳିବ ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ । ବ୍ୟବସାୟରେ ଲାଭବାନ ହେବେ ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ,ମୋବାଇଲ ନମ୍ବର :୯୪୩୭୨୨୫୪୩୪

 

Leave A Reply

Your email address will not be published.