Latest Odisha News

BREAKING NEWS

ଜାଣନ୍ତୁ ,କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ
ତା୪-୨-୨୦୨୧ ରିଖ ଗୁରୁବାର


ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ତା୪ ରିଖ ଗୁରୁବାର
ମକର ୨୨ଦିନ ମାଘ ମାସ କୃଷ୍ଣପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର
ଆଜିର ଘାତ ବାର- ତୁଳା ଓ କୁମ୍ଭ ରାଶିର
ଆଜିର ନିଷେଧ ଖାଦ୍ୟ -ତାଳ ଓ ନଡ଼ିଆ

ମେଷ
ଆଜି ସମସ୍ତ ସମସ୍ୟା ଦୂର ହୋଇଯିବ । ଗୁପ୍ତ ଶତୃମାନେ ପରାଜିତ ହେବେ । ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ। ବିଦ୍ୟାର୍ଥିମାନେ ପଢାପଢିରେ ଉନ୍ନତି ଲାଭ କରିବେ ।

ବୃଷ
ଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ।

ମିଥୁନ
ଆଜି ଜଗିରଖି ଚଳନ୍ତୁ ପ୍ରତ୍ୟେକ କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ। ଅବଶ୍ୟ ନିକଟ ସମ୍ପର୍କୀୟ ପ୍ରିୟଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ। ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ। ମହିଳାମାନେ ଯଶଶ୍ବୀ ହେବେ ‌।

କର୍କଟ
ଆଜି ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରି ପ୍ରଶଂସନୀୟ ହେବେ। ପାରିବାରିକ ଭୁଲ୍‌ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ଯାନବାହନ କିମ୍ବା ଯାନ୍ତ୍ରିକ ତୃଟି ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

ସିଂହ
ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଅତି ଭଲ ସମ୍ପର୍କ ରହିଥିବା ନିଜ ଲୋକଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ହେବେ।

କନ୍ୟା
ଆଜି ବିବାଦୀୟ ଘଟଣାରେ ଜୟ ଯୁକ୍ତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ସକାଶେ ମନ ଭଲ ରହିବ ନାହିଁ । ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କଳା, ସାହିତ୍ୟ କ୍ଷେତ୍ରରେ କୈାଣସି ସମ୍ମାନିତ ହେବେ।

ତୁଳା
ଆଜି କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ  ଜିନିଷ ପାଇପାରିବେ। ତରବରିଆ ଯାତ୍ରା କରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ । ରଚନାତ୍ମକ କାମ, ପରିବହନ, ବ୍ୟବସାୟ ସକାଶେ ଦିନଟି ବହୁତ ଭଲ ରହିବ।

ବିଛା
ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ କାର୍ଯ୍ୟ କରି ପ୍ରଶଂସିତ ହେବେ। ଆଜିର ଯାତ୍ରା ଆପଣଙ୍କ ପାଇଁ ଶୁଭ ପ୍ରଦ ହେବ। ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ଶୁଭ ଫଳ ପାଇବେ ।

ଧନୁ
ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

ମକର
ଆଜି ଆର୍ଥିକ ସହାୟତା ପ୍ରଦାନ କରିବାର ମାର୍ଗ ଉନ୍ମୁକ୍ତ ହୋଇଜିବ। ଆକସ୍ମିକ ଭାବରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲ କରିବାକୁ ପଡିପାରେ। ଦୀର୍ଘ ଦିନର ସୁଚିନ୍ତିତ ନୂତନ ଗୃହ ବାବାଣିଜ୍ୟାରମ୍ଭ କରିପାରନ୍ତି। ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରିବ।

କୁମ୍ଭ
ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ ସନ୍ଦେହ ନାହିଁ । ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ ।

ମୀନ
ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ମହିଳାମାନେ ଘର ସାଜସଜ୍ଜା ପ୍ରତି ଯତ୍ନ ଶୀଳା ହେବେ । ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ। ପାରିବାରିକ କଳହ ଦୂରିଭୁତ ହେବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.