Latest Odisha News

BREAKING NEWS

ଅନୁଗୁଳରୁ ଜବତ ହେଲା ଚୋରା କୋଇଲା ଟ୍ରକ; ୮ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା ଚାଲାଣ କରାଯାଉଥିବା ସୂଚନା ମିଳିଛି । ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଏହି କୋଇଲା ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ।

ବୁଧବାର ଉକ୍ତ ଚୋରା ଖଣି ଅଞ୍ଚଳରେ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ଛେଣ୍ଡିପଦା ପୋଲିସ ଚଢ଼ାଉ କରିଥିଲେ । ଚଢାଉ ବେଳେ କୋଇଲା ବୋଝେଇ ୨ ଟି ମିନିଟ୍ରକ ସହିତ ପାଇଲଟିଂରେ ବ୍ୟବହାର ହେଉଥିବା ଏକ ବୋଲେରୋ ଗାଡି ଓ ଏକ ମଟରସାଇକେଲକୁ ଜବତ କରିଥିଲା ପୋଲିସ।

ଏହା ସହ ଏହି କୋଇଲା ଖଣି ଓ ଚାଲାଣରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିବାକୁ ମଧ୍ୟ ସକ୍ଷମ ହୋଇଥିଲା । ଏନେଇ ଛେଣ୍ଡିପଦା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.