Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୫ ତାରିଖ ସୋମବାର ମୀନ ୨୩ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ନବମୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଦିନ ୮-୫ମିନିଟ୍ ପର୍ଯ୍ୟନ୍ତ ତାପରେ ମକର ଚନ୍ଦ୍ର ଭୋଗ ହେବ 
ଆଜିର ଘାତ ବାର ମିଥୁନ ରାଶିର
ଆଜିର ଘାତ ଚନ୍ଦ୍ର ସିଂହ ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ :  ଲାଉ

ମେଷ

ଆଜି ଆଶାବାଦୀ ହେବେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।

ବୃଷ

ଆଜି ବିଳମ୍ବରେ କାର୍ଯ୍ୟ ହାସଲ କରିବେ। ଉଚ୍ଚ ଆଶା ଫଳବତୀ ହେବସହ ଉତ୍ତମ ପରାମର୍ଶ ମିଳିବ। ଧର୍ମକାର୍ଯ୍ଯରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ। ମହିଳାମାନଙ୍କର ଆଶାନୁରୂପ ଲାଭ ମିଳିବ।

ମିଥୁନ

ଆଜି ରୋଜଗାର ବୃଦ୍ଧି ହେବ। ଧୈର୍ଯ୍ୟର ସହିତ କାର୍ଯ୍ୟ କଲେ ସଫଳତା ମିଳିବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ।ଆୟ ବ୍ୟୟ ପ୍ରାୟତଃ ସମାନ ରହିବ ।ଛାତ୍ରଛାତ୍ରୀ ମାନେ ବିଦ୍ୟାରେ କୃତକାର୍ଯ୍ୟ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ

ଆଜି ଜମି-ଜମାକୁ ନେଇ ବାଦ ବିବାଦ ହୋଇପାରେ; ମାତ୍ର ଶେଷରେ ବିଜୟୀ ହେବେ। ମାନ-ସମ୍ମାନ ଲାଭ କରିବେ । କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ମହିଳାମାନେ ସମ୍ମାନିତ ହେବ।

ସିଂହ

ଆଜି କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ଦିଗରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।ଦେବଦର୍ଶନର ଯୋଗରହିଛି । ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ।

କନ୍ୟା

ଆଜି ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କତା ଅବଲମ୍ବନ କରନ୍ତୁ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।

ତୁଳା

ଆଜି ଜଗିରଖି ଚଳନ୍ତୁ କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।

ବିଛା

ଆଜି ବନ୍ଧୁଙ୍କ ସାହାଯ୍ୟ ପାଇ ଆନନ୍ଦିତ ହେବେ। କର୍ମକ୍ଷେତ୍ରର ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରିବେ। ଶତ୍ରୁମାନେ ପରାଜିତ ହେବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ।

ଧନୁ

ଆଜି ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୁରଣ ହେବ। ଦେବ ଦର୍ଶନ କରିବାର ସୁଯୋଗ ରହିଛିଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।

ମକର
ଆଜି କର୍ମକ୍ଷେତ୍ରର ସଫଳତାର ନିକଟବର୍ତ୍ତୀ ହେବେ। ଭ୍ରମଣର ଯୋଗ ରହିଛିଅଛି।ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

କୁମ୍ଭ

ଆଜି କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ଶତୃମାନେ ପରାଜିତ ହେବେ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ।

ମୀନ

ଆଜି ଏପରି କାର୍ଯ୍ୟ କରନ୍ତୁ ନାହିଁ, ଯେଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.