Latest Odisha News

BREAKING NEWS

ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ, ସିଲ୍ ହେଲା ବିଶାଲ୍‌ ମେଗା ମାର୍ଟ

କଟକ : ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ । ନୟମ ଖିଲାପ କରିଥିବାରୁ ଶକ୍ତ ହୋଇଛି ପ୍ରଶାସନ । କଟକରେ ସରକାରଙ୍କ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଶାଲ୍ ମେଗା ମାର୍ଟକୁ ସିଲ୍ କରିଛି କଟକ ମହାନଗର ନିଗମ ।

BjdElectrycity

ସୂଚନା ଅନୁସାରେ, କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ କଟକ ବାଦାମବାଡି ଭର୍ତ୍ତିୟା ଟାୱାରରେ ଥିବା ଦୁଇଟି ମୋବାଇଲ ଦୋକାନ ସିଲ୍ କରିଛି ସିଏମସି । ଏଥିସହ ବଜ୍ରକବାଟିରେ ଥିବା ବିଶାଲ ମେଗାମାର୍ଟକୁ ସିଏମସି ସିଲ୍‌ କରିଛି । ଏହା ପୂର୍ବରୁ ଭୁବନେଶ୍ବରର ମାର୍କେଟ ବିଲ୍ଡିଂରେ ଥିବା ବିଶାଲ୍‌ ମେଗାମାର୍ଟକୁ ସିଲ୍‌ କରିଥିଲା ଭୁବନେଶ୍ବର ମହାନଗର ନିଗମ । ସେହିପରି ବକ୍ସିବଜାରରେ ଥିବା ୨ଟି ସର୍ବତ ଦୋକାନରେ ଲୋକଙ୍କ ଭିଡ ଯୋଗୁଁ ଚଢାଉ କରି ସିଲ୍ କରିଛି ସିଏମସି ସ୍କ୍ବାଡ ।

Leave A Reply

Your email address will not be published.