Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୭-୭-୨୦୨୧ ବୁଧବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁଲାଇ ତା ୭ ରିଖ ବୁଧବାର ମିଥୁନ ୨୩ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର- କର୍କଟ ରାଶିର
ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର
ନିଷେଧ ଖାଦ୍ୟ- ବାଇଗଣ
ଆଜି ଶିବପ୍ରଦୋଷ ବ୍ରତ

ମେଷ :
ଆଜି ଆପଣଙ୍କୁ ନୂତନ ନିଯୁକ୍ତିର ମିଳିବାର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ ପରିଶ୍ରମ କରି ଶେଷରେ କୃତକାର୍ଯ୍ୟ ହେବେ। ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।

ପ୍ରତିକାର- ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ।

ବୃଷ:
ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ

ପ୍ରତିକାର- ଓଁ ନମଃ ଶିବାୟ ଏହି ମନ୍ତ୍ରରେ ପାଞ୍ଚଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗରେ ଚଢାନ୍ତୁ।

ମିଥୁନ:
ପାରିବାରିକ ସମସ୍ଯାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ। ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।

ପ୍ରତିକାର- ସାତଟି ଦୁବ ଗଣେଶଙ୍କୁ ଚଢାନ୍ତୁ।

କର୍କଟ:
କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ଜୀବନ ସାଥୀର ସହଯୋଗ ପାଇବେ ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ବିଜୟୀ ହେବେ। ସୁସମାଚାର ଶୁଣି ଆନନ୍ଦିତ ହେବେ।

ପ୍ରତିକାର- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ।

ସିଂହ:
ପୂର୍ବରୁ ଲାଗି ରହିଥିବା ବାଦବିବାଦରେ ଆଶୁ ସମାଧାନ ହୋଇଯିବ।ବାଣିଜ୍ୟ, ବ୍ୟବସାୟରେ ଆୟ ବୃଦ୍ଧି ଘଟିବ କର୍ମକ୍ଷେତ୍ରରେ ଉଚ୍ଚ କତୃପକ୍ଷଙ୍କ ଦ୍ଵାରା ପ୍ରଶଂସିତ ହେବେ ଶତୃମାନେ ପରାଜିତ ହେବେ।ଦେହ ମନ ସୁସ୍ଥ ରହିବ।

ପ୍ରତିକାର- ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।

କନ୍ୟା:
ଆଜି ଆପଣ ଯଗିରଖି ଚଳନ୍ତୁ ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପରିଶ୍ରମ ଅନୁଯାୟୀ ଆଶାଜନକ ଶୁଭ ଫଳ ପାଇବେ ନାହିଁ।

ପ୍ରତିକାର- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।

ତୁଳା :
ଆଜି ବ୍ୟବସାୟରେ ଆୟ ମଧ୍ୟମ ହେବ । ନିଜର ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ମୂଲ୍ୟବାନ ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।

ପ୍ରତିକାର- ମା ଲକ୍ଷ୍ମୀଙ୍କ ଦଶ ନାମକୁ ଦଶ ଥର ଜପ କରନ୍ତୁ।

ବିଛା:
ଆଜି କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାନୁରୂପ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ପରିବାରର ସାହାଯ୍ୟ ସହଯୋଗ ପାଇବାରୁ ମନ ପ୍ରଫୁଲ୍ଲିତ ରହିବ।

ପ୍ରତିକାର- ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲର ଦୀପଟିଏ ଜାଳନ୍ତୁ ।

ଧନୁ:
ଆଜି ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିବ ନାହିଁ କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ଯାତ୍ରା ସମୟରେ ସତର୍କ ଅବଲମ୍ବନ କରନ୍ତୁ ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ।

ମକର
ଆଜି ଆପଣଙ୍କର ବହୁଦିନର ଆଶା ପୂରଣ ହେବ।ଯଶ, ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।

ପ୍ରତିକାର- ଶିବଙ୍କ ପାଖରେ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ।

କୁମ୍ଭ:
ଅଟକିଥିବା କାମକୁ ପୁଣି ଆରମ୍ଭ କରିବେ ସମ୍ପୂର୍ଣ୍ଣ କରିବେ।ବ୍ୟବସାୟରେ ଆୟ ବୃଦ୍ଧି ଘଟିବ । ପୂର୍ବର ଯୋଜନାକୁ ପରିବର୍ତ୍ତିତ କରି ପ୍ରଶଂସିତ ହେବେ।ବକେୟା ଅର୍ଥ ଆଦାୟ ପାଇଁ ଦିନଟି ଅନୁକୂଳ ରହିବ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

ପ୍ରତିକାର: କୁଆ ଓ ପାରାଙ୍କୁ କିଛି ଶସ୍ୟ ଖାଇବାକୁ ଦିଅନ୍ତୁ।

ମୀନ:
ଆଜି ଆକସ୍ମିକ ଧନଲାଭର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଯାତ୍ରାରେ ଶୁଭଫଳ ମିଳିବ । ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ ।ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ ବିଦ୍ଯାକ୍ଷତ୍ରରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

ପ୍ରତିକାର- ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।

ଜ୍ୟୋତିଷ ବାଣୀ-
ଅଶୁଭ ଚନ୍ଦ୍ର ଗ୍ରହ ପୀଡ଼ାର ନିରାକରଣ ନିମିତ୍ତ ସରଳ ପ୍ରତିକାର ।
୧- ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ରଖି ଶୁଆନ୍ତୁ । ସକାଳ ହେଲେ ସେହି ପାଣିକୁ ଅଶ୍ବତ୍ଥ ବୃକ୍ଷ କିମ୍ବା ଜାମୁ ଗଛ ମୂଳରେ ଢାଳନ୍ତୁ ।
୨ – ସୋମବାର ଦିନ ପୂର୍ବ ଓ ଆଗ୍ନେୟ କୋଣକୁ ଯାତ୍ରା କରନ୍ତୁ ନାହିଁ ।
୩- ସୋମବାର ଦିନ ଧଳା ବସ୍ତ୍ର ବା କ୍ଷୀର କାହାକୁ ଦାନ କରନ୍ତୁ ନାହିଁ ।
୪- ସୋମବାର ଦିନ ଚିନି ଖାଆନ୍ତୁ ନାହିଁ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Comments are closed.