Latest Odisha News

BREAKING NEWS

କବିତା : କରୋନା-କାରୁଣ୍ୟ ପ୍ରତ୍ୟୁତ୍ତର

ସତ୍ୟନାରାୟଣ ଆଚାର୍ଯ୍ୟ 

ମହାମନ୍ୟା ବିଶ୍ୱବନ୍ଦ୍ୟା ଉଗ୍ରତାରା
କଲ୍ୟାଣମୟୀ-ଜଗଦ୍ଧାତ୍ରୀ-ଜଗଦମ୍ବିକେ
ସୂକ୍ଷ୍ମାତି ସୂକ୍ଷ୍ମ ରୂପିଣୀ ମୃତ୍ୟୁଭେଦ ସଂଚାରିଣୀ
ଶବ ଶିବାରାଧ୍ୟା ଆରୁଡ଼ା ମହାତାଣ୍ଡବ ତଟିନୀ
ଜନମୁଖେ -ଆର୍ତ୍ତ ଚିତ୍କାର-ଜନପଦେ,
ଶ୍ମଶାନେ , ବିଶ୍ୱ କ୍ରୀଡ଼ାଙ୍ଗନ ।

ବିବସ୍ତ୍ରା ଦୌପ୍ରଦୀର କାରୁଣ୍ୟ
ପ୍ରତ୍ୟୁତ୍ତର – ଶ୍ବାନ- ମୃଣାଳ- ଶାଗୁଣା
ମଦମତ୍ତ – ଶବାହାର

‘ଖାଉ ଯେ ଥିବେ ଶୃଗାଳ ବାଣ୍ଟି ,
ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି
ବିକାଶ – ଔଦ୍ଧତା- ଆତ୍ମାଗ୍ଲାନି – ମର୍ମାହତ
ପ୍ରଚାର ସର୍ବସ୍ଵ ଆଦି ପ୍ରତାରଣା ମିଥ୍ୟା ପ୍ରବଞ୍ଚନା ।

ବିସ୍ତାରିତ ଶତମୁଖେ
ଆଶଙ୍କା ଆତଙ୍କର ମର୍ମସ୍ୱର
” ଧର୍ମର ହେଉ ଜୟ ପାପର ହେଉ କ୍ଷୟ ”
ଅନ୍ନପାଇଁ ହା-ଅନ୍ନର ଚିତ୍କାର
ପ୍ରାଣ ରକ୍ଷାର କରୁଣ ନିବେଦନ
ଶ୍ବାସରୁଦ୍ଧେ କରୁଛି ଚିତ୍କାର ଅମ୍ଳଜାନର !

ଅହରହ ରୋରୁଦ୍ୟମାନ ବିକଳ କ୍ରନ୍ଦନ
ବିସ୍ମୟବହ ବିହ୍ଵଳିତ ଧର୍ମର ଗ୍ଲାନି
ହେଉ ବିବର୍ତ୍ତିତ
ହେଉ ରୂପାନ୍ତରିତ ସତ୍ୟ-ନ୍ୟାୟ- ଧର୍ମ- ସ୍ନେହ
ଦୟା କ୍ଷମା ମାନବତା ବିଶ୍ୱାସ
ସୁଖଶାନ୍ତି ଉନ୍ନତିର ଧ୍ୱଜ
ହେଉ ଗର୍ବୋନ୍ନତ ମର୍ମରିତ ,
“ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ । “

Leave A Reply

Your email address will not be published.