Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୮-୮-୨୦୨୧ ରବିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଅଗଷ୍ଟ ତା ୮ ରିଖ ରବିବାର କର୍କଟ ୨୪ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଆଜିର ନିଷେଧ ଖାଦ୍ୟ-: ଆମିଷ ( ମତ୍ସ୍ୟ, ମାଂସ)
ଆଜି- ଶ୍ରୀ ଶ୍ରୀ ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଲାଗି, ଚିତାଲାଗି ଅମାବାସ୍ୟା

ମେଷ
ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ । ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ବୃଷ
ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ । ମାଲିମକଦ୍ଦମାର ନ୍ଯାୟ ଆପଣଙ୍କ ସପକ୍ଷରେ ମିଳିବ । ଶରୀର ସୁସ୍ଥ ରହିବ

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ମିଥୁନ
ଆଜି ଅନ୍ୟର ସାହାଯ୍ୟ ଆପଣଙ୍କୁ ଉତ୍ସାହିତ କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ବକେୟା ଅର୍ଥ ହସ୍ତଗତ ହେବ । ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ‌।

ପ୍ରତିକାର-: ବୁଧ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

କର୍କଟ
ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ । ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ପ୍ରତିକାର-: ଚନ୍ଦ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

ସିଂହ
ଆଜି ଆପଣଙ୍କର କାର୍ଯ୍ୟଦକ୍ଷତା ଓ ଦୃଢ ମନୋବଳ ପ୍ରତ୍ୟେକ ଦିଗରେ ସଫଳତା ଆଣି ଦେବ। ଗବେଷଣା,ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ । ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ପାଇବେ।

ପ୍ରତିକାର-: ରବି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

କନ୍ୟା
ଆଜି ବନ୍ଧୁଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀ ମାନେ ପରାଜିତ ହେବେ ।ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ସୁସ୍ବାଦୁ ଭୋଜନ ମିଳିବ ।ମହିଳାମାନେ ପ୍ରଶଂସନୀୟା ହେବେ ।

ପ୍ରତିକାର-: କେତୁ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ତୁଳା
ଆଜି ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହେବ। ଶିଳ୍ପ, ବ୍ୟବସାୟରେ ଲାଭବାନ୍‌ ହେବେ। ଅସମ୍ପୂର୍ଣ୍ଣ କାମକୁ ଆଜି ବୁଦ୍ଧି ବଳରେ ସମ୍ପୁର୍ଣ୍ଣ କରିବେ । ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ବିଛା
ଆଜି ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ଧନୁ
ଆଜି ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି । କୋଟ କଚେରୀ ମାମଲାରେ ବିଜୟ ଲାଭ କରିବେ । ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ମକର
ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ ।ବ୍ୟବସାୟ ଓ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମକୁ ଆଗେଇ ନେବେ ।

ପ୍ରତିକାର-: ରାହୁ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

କୁମ୍ଭ
ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିବ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭ ପ୍ରଦ ହେବ।ଆନୁଷ୍ଠାନିକ କାମ,ସଭାସମିତି, ସାହିତ୍ୟ ଚର୍ଚ୍ଚା, କ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ ।

ପ୍ରତିକାର-: ଶନି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ମୀନ
ଆଜି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିବେ । ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇ ପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ । ପିଲା ମାନଙ୍କୁ କେନ୍ଦ୍ରକରି ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ଜ୍ୟୋତିଷ ବାଣୀ-
କୂଅ କେଉଁ ଦିଗରେ ରହିଲେ କ’ଣ ଶୁଭାଶୁଭ ଫଳ ମିଳେ ଆସନ୍ତୁ ଜାଣିବା।
ପୂର୍ବ – ଗୃହକର୍ତ୍ତାଙ୍କର ଧନର ଅଭିବୃଦ୍ଧି ଏବଂ ସଫଳତା
ପଶ୍ଚିମ – ଆଧ୍ୟାତ୍ମିକ ବୃଦ୍ଧି ଏବଂ କେତେକ ରୋଗର କାରଣ
ଉତ୍ତର – ସର୍ବବିଧ ସମୃଦ୍ଧି
ଦକ୍ଷିଣ – ଗୃହକର୍ତ୍ତାଙ୍କ ପତ୍ନୀଙ୍କ ମୃତ୍ୟୁ ଏବଂ ଗୃହରେ ବିକୃତ ମାନସିକ ସ୍ଥିତି
ବାୟୁ – ଅକାରଣ ଶତ୍ରୁତା, ହିଂସା ବୃଦ୍ଧି
ଅଗ୍ନି – ଧନ ସମ୍ପଦର ହାନି
ଐଶାନ୍ୟ – ସୁଖ ସମ୍ପଦ ବୃଦ୍ଧି
ନୈଋତ – କଳହ ଯୋଗୁଁ କାହାରି ଆତ୍ମହତ୍ୟା
ଗୃହର ମଧ୍ୟ ସ୍ଥଳ – ଗୃହ ନାଶ , ବଂଶ ନାଶ
ଏଣୁ ସଦା ସର୍ବଦା ଉତ୍ତର ପୂର୍ବ (ଐଶାନ୍ଯ ) କୋଣରେ କରିବା ଦରକାର

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.