Latest Odisha News

BREAKING NEWS

ପୁରୀରୁ ଗୁଣୁପୁର ଏବଂ ପାରାଦୀପ ପାଇଁ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀରୁ ପାରାଦୀପ ଓ ଗୁଣୁପୁର ଅଭିମୁଖେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏବଂ ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ ।

୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ଅଗଷ୍ଟ ୧୬ ତାରିଖରୁ ପୁରୀ ଏବଂ ପାରାଦୀପ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ ପୁରୀରୁ ସକାଳ ୬ଟା ୧୫ରେ ଛାଡି ପାରାଦୀପ ଅଭିମୁଖେ ଯାତ୍ରା କରିବ । ଏବଂ ପାରାଦୀପରୁ ସନ୍ଧ୍ୟା ୬ଟାରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ ।

୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ସ୍ପେଶାଲ୍ ପୁରୀରୁ ଅଗଷ୍ଟ ୧୬ ଏବଂ ଗୁଣୁପୁରରୁ ୧୭ ଅଗଷ୍ଟରୁ ଚଳାଚଳ କରିବ । ଏହି ଟ୍ରେନ୍ ପୁରୀରୁ ମଧ୍ୟାହ୍ନ ୧୨ଟାରୁ ଛାଡି ଗୁଣୁପୁରରେ ରାତି ୮ଟା ୫୦ରେ ପହଞ୍ଚିବ । ଫେରିବା ଦିଗରେ, ଏହି ଟ୍ରେନ୍ ଗୁଣୁପୁରରୁ ସକାଳ ୫ଟାରେ ଛାଡି ପୁରୀରେ ଅପରାହ୍ନ ୨ଟା ୫୦ରେ ପହଞ୍ଚିବ ।

୦୮୪୫୬/୦୮୪୫୫ ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ଖୋର୍ଦ୍ଧା ରୋଡ଼କୁ ସମ୍ପ୍ରସାରିତ କରାଯିବ । ଏହି ଟ୍ରେନ ଖୋର୍ଦ୍ଧା ରୋଡ଼ରୁ ଅଗଷ୍ଟ ୧୬ରୁ ଏବଂ କେନ୍ଦୁଝରଗଡ଼ରୁ ଅଗଷ୍ଟ ୧୭ରୁ ସମ୍ପ୍ରସାରିତ ମାର୍ଗରେ ଚଳାଚଳ କରିବ । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଅପରାହ୍ନ ୪ଟା ୫ରେ ଛାଡି କେନ୍ଦୁଝରଗଡ଼ରେ ରାତି ୯ଟା ୩୫ରେ ପହଞ୍ଚିବ । ଏବଂ କେନ୍ଦୁଝରଗଡ଼ରୁ ସକାଳ ୬ଟା ୩୦ରେ ଛାଡି ଖୋର୍ଦ୍ଧା ରୋଡ଼ରେ ପୂର୍ବାହ୍ନ ୧୧ଟା ୨୫ରେ ପହଞ୍ଚିବ । ଭୁବନେଶ୍ବର ଏବଂ କେନ୍ଦୁଝରଗଡ଼ ମଧ୍ୟରେ ଏହି ଟ୍ରେନର ସମୟ ସାରଣୀ ଏବଂ ରହଣି ଷ୍ଟେସନ ଅପରିବର୍ତ୍ତିତ ରହିବ ।

Leave A Reply

Your email address will not be published.