Latest Odisha News

BREAKING NEWS

କବିତା : ଶବ ଗଣା

ଗଦାଧର ସାହୁ 

ସର୍ବଦଳୀୟ ବୈଠକ ଡାକ
ସମସ୍ତେ ମିଶି ଶବ ଗଣିବା ।

କୋଉଠୁ ଆରମ୍ଭ କରିବା
ଏ ଶବ ଗଣା ?
କେମିତି ଗଣିବା ?
କେତେ ଗଣିବା ?

ଛାତିରେ ହାତ ରାଖି ସତ କୁହ
ଆତ୍ମୀୟସ୍ଵଜନଙ୍କୁ ଗଣିବାକୁ
ଧୈର୍ଯ୍ୟ ଅଛି ତ ?
ଗଣିବା ନା ସେଇଠି ଅଟକିବା ?

ନିଜକୁ , ଶତ୍ରୁକୁ, ମିତ୍ରକୁ
ଆକ୍ରାନ୍ତ, ସୁସ୍ଥ, ମୃତ, ଜୀବିତକୁ
କାହାକୁ ଛାଡିବା ?
କାହାକୁ ଗଣିବା ?
ସର୍ବଦଳୀୟ ବୈଠକ
କେବେ ବସିବ ?
ନିଷ୍ପତି ନେବାକୁ
ଶବ ଗଣିବାର
ଆରମ୍ଭ ଓ ଶେଷ !

Leave A Reply

Your email address will not be published.