ରାଶିଫଳ
ତା ୧୫-୧୦-୨୦୨୦ ଗୁରୁବାର
ଆଜି ଦିନର ମହତ୍ତ୍ୱ
ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୫ ରିଖ ଗୁରୁବାର କନ୍ୟା ୩୦ ଦିନ ଆଶ୍ୱୀନ ମଳ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର:- ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର:- ବୃଷ ରାଶି ପୁରୁଷ ଧନୁ ରାଶି ମହିଳାଙ୍କର
ଆଜି: ବିରି ଦ୍ରବ୍ୟ ଖାଇବା ନିଷେଧ
ମେଷ: ଦେହ ମନ ସୁସ୍ଥ ରହିବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ । ଧନ,ମାନ ସମ୍ମାନର ଅଧିକାରୀ ହେବେ ।ରାଜନୀତି କ୍ଷେତ୍ରରେ ଜନ ସମାଜରେ ପ୍ରଶଂସନୀୟ ହେବେ । ବିିଦ୍ୟାର୍ଥୀମାନେ ବିିଦ୍ୟାରେ ସଫଳତା ପାଇବେ ।
ବୃଷ: କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । ଶତ୍ରୁମାନେ ପରାଜୟ ହେବେ । ମହିଳାମାନେ ନିଜ ପରିବାରରେ ଆଦରଣିୟ ହେବେ । ଶରୀର ସୁସ୍ଥ ରହିବ ।
ମିଥୁନ : ଜଗିରଖି ଚଳନ୍ତୁ ସାମାନ୍ୟ କଥାକୁ କେନ୍ଦ୍ର କରି ମିତ୍ରମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ନିର୍ମାଣଧୀନ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ । ଶାରୀରିକ ପୀଡା ଦେଖା ଦେଇପାରେ ।
କର୍କଟ: ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ବିଚାରଧୀନ ମାଲିମକଦମାରେ ବିଜୟୀ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ । ଅର୍ଥାଗମ ହେବ । ବ୍ୟବସାୟରେ ଆଶାନୁରୂପ ଲାଭବାନ ହେବେ ।
ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶତ୍ରୁମାନେ ପରାଜିତ ହେବେ । ଆଶା କରୁଥିବା ଦିଗରୁ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
କନ୍ୟା: ପ୍ରତ୍ୟେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ଯଶ ଗୌରବ ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ବିିଦ୍ୟାରେ କ୍ଷେତ୍ରରେ ସଫଳତା ପାଇବେ ।
ତୁଳା: ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ ତେଣୁ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ । ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।
ବିଛା: ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । କଳା ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ସଫଳତା ମିଳିବ । ପରିବହନ ଜାତୀୟ ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେବେ ।
ଧନୁ: ଉତ୍ତମ ବ୍ୟବହାର ଓ ମଧୁର ବଚନ କହି ସମସ୍ତଙ୍କ ପ୍ରିୟ ପାତ୍ର ହେବେ । ମହିଳାମାନେ ଜଗିରଖି ଚଳନ୍ତୁ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି । କୌଣସି ନୂତନ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।
ମକର: ପୁରାତନ ବନ୍ଧୁକ ସହିତ ସାକ୍ଷାତ ହେବ ଯାହାଫଳରେ ମନ ଖୁସି ରହିବ । ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିବେ ।
କୁମ୍ଭ: ଅର୍ଥ ହାନୀ କାର୍ଯ୍ୟରେ ବ୍ୟାଘାତ ମନକୁ ଭାରାକ୍ରାନ୍ତ କରାଇବ । ଯାନବାହନ ଚାଳନାର ସର୍ତକତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । ମହିଳାମାନେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହେବେ ତେଣୁ ଜଗିରଖି ଚଳନ୍ତୁ ।
ମୀନ: ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ । ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ଜମିଜମା ଜାତୀୟ ବ୍ୟବସାୟରେ ଲାଭବାନ ହେବେ । ଶତ୍ରୁମାନେ ପରାଜିତ ହେବେ ।
ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର, ମୋବାଇଲ ନମ୍ବର: ୯୪୩୭୨୨୫୪୩୪
Comments are closed.