Latest Odisha News

ଦିଲ୍ଲୀର ଘାତକ ବୋଲିଂ ଆଗରେ ଆଣ୍ଠେଇଲା ରାଜସ୍ଥାନ

ଦୁବାଇ: ଶିଖର-ଶ୍ରେୟସଙ୍କ ବ୍ୟାଟିଂ ଓ ଘାତକ ବୋଲିଂ ଯୋଗୁ ଆଇପିଏରେ ପୁଣି ଥରେ ରାଜସ୍ଥାନକୁ ହରାଇଛି ଦିଲ୍ଲୀ । ଗତକାଲି ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୧୬୧ ରନ୍ କରିଥିଲା ।

ଜବାବରେ ୮ ଓ୍ୱିକେଟ ବିନିମୟରେ ୧୪୮ ରନରେ ସୀମିତ ରହିଥିଲା ରାଜସ୍ଥାନ ରୟାଲ୍ସ । ଦଳ ପକ୍ଷରୁ ବେନ୍ ଷ୍ଚୋକସ୍ ୩୫ ବଲରୁ ୪୧ ରନ୍ କରିଥିଲେ । ସଞ୍ଜୁ ସାମସନ୍ ୧୮ ବଲରେ କରିଥିଲେ ୨୫ ରନ୍ । ଗତ ଦୁଇଟି ମ୍ୟାଚରେ ରାଜସ୍ଥାନକୁ ବିଜୟୀ କରାଇଥିବା ରାହୁଲ ତେଓ୍ୱାତିଆ ଦିଲ୍ଲୀ ବିପକ୍ଷରେ କମାଲ କରି ପାରିଲେ ନାହିଁ ।

୧୫ ଓଭରରେ ରାଜସ୍ଥାନ ୫ ଓ୍ୱିକେଟ ବିନିମୟରେ କରିଥିଲା ୧୨୩ ରନ୍ । ୫ଟି ଓ୍ୱିକେଟ ସହ ଜିତିବାକୁ ୩୦ ବଲରେ ୩୯ ରନ୍ ଆବଶ୍ୟକ ଥିଲା । କିନ୍ତୁ ଦିଲ୍ଲୀର ଘାତକ ବୋଲିଂ ଆଗରେ ଫେଲ୍ ମାରିଥିଲେ ରାଜସ୍ଥାନ ବ୍ୟାଟ୍ସମ୍ୟାନ୍ । ଦିଲ୍ଲୀ ଶେଷ ୫ ଓଭରରେ ୩ଟି ଓ୍ୱିକେଟ ଖସାଇଥିବା ବେଳେ ଦେଇଥିଲେ ୨୫ ରନ୍ ।

ଦିଲ୍ଲୀ ପକ୍ଷରୁ ଶିଖର ଧଓ୍ୱନ ସର୍ବାଧିକ ୫୭ ରନ୍ ଓ ଶ୍ରେୟସ ଆୟାର କରିଥିଲେ ୫୪ ରନ୍ । ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରଖିଛି ।

Leave A Reply

Your email address will not be published.