Latest Odisha News

BREAKING NEWS

ମୁଲାୟମ ସିଂହ ଯାଦବ ଓ ପତ୍ନୀ କରୋନା ସଂକ୍ରମିତ, ମେଦାନ୍ତରେ ଭର୍ତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ କରୋନା ସଂକ୍ରମିତ । ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି ।

ମୁଲାୟମ୍ ସିଂହ ଯାଦବଙ୍କ ପାଖରେ କରୋନା ଲକ୍ଷଣ ନଥଲା । ତେବେ ତାଙ୍କ ପତ୍ନୀ ସାଧନା ଗୁପ୍ତା ସଂକ୍ରମିତ ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ କୋଭିଡ୍ ଟେଷ୍ଟ କରାଇଥିଲେ ସାଧନା । ଏହାପରେ ମୁଲାୟମ ସିଂହ ଯାଦବ ଓ ସାଧନା ଗୁପ୍ତା ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

୮୦ ବର୍ଷୀୟ ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ । ବରିଷ୍ଠ ଡାକ୍ତର ସ୍ୱାସ୍ଥ୍ୟସେବାରେ ଲାଗିଛନ୍ତି ।

Leave A Reply

Your email address will not be published.