Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା୧୮-୨-୨୦୨୧ ଗୁରୁବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ତା ୧୮ରିଖ ଗୁରୁବାର କୁମ୍ଭ ୭ଦିନ ମାଘ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର
ଆଜିର ଘାତ ବାର- ତୁଳା ଓ କୁମ୍ଭ ରାଶିର
ଆଜିର ଘାତ ଚନ୍ଦ୍ର- ମେଷ ରାଶିର
ଆଜିର ନିଷେଧ ଖାଦ୍ୟ- ପିତା ଦ୍ରବ୍ୟ ଓ ତାଳ

ମେଷ :
ଆଜି ଆପଣଙ୍କ ଘରେ ପାରିବାରିକ ସମସ୍ଯା ଦେଖାଦେଇପାରେ।ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ବ୍ୟବସାୟରେ ଆୟ ବ୍ୟୟ ସମାନ ହେବ। ଶାରୀରିକ ପୀଡ଼ା ଦେଖାଦେଇପାରେ। ମହିଳାମାନେ ନିଜ କାର୍ଯ୍ୟ କରି ପ୍ରଶଂସନୀୟା ହେବେ ‌।

ବୃଷ :
ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରହିବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ। ଅନ୍ୟର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।

ମିଥୁନ :
ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ । ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ମିଳିବ। ଛାତ୍ର ଛାତ୍ରୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ।

କର୍କଟ :
ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଆପଣ ଖୋଜୁଥିବା ସୁବିଧା ସୁଯୋଗର ସଦୁପଯୋଗ କରିବା ସହିତ ସମସ୍ତ ଦିଗରୁ ଆୟ ବୃଦ୍ଧି ଘଟିବ। ବହୁଦିନର ପୁରାତନ ବନ୍ଧୁଦର୍ଶନ ଯୋଗ ଅଛି।

ସିଂହ :
ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡ଼ା ହୋଇପାରେ। କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ । ମହିଳାମାନେ କାର୍ଯ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କନ୍ୟା:
ଆଜି ଆପଣ ମନୋବଳ ଦୃଢ଼ କରି କାର୍ଯ୍ୟ କରି ପ୍ରଶଂସନୀୟ ହେବେ। ସନ୍ତାନମାନେ ନିୟମାନୁବର୍ତ୍ତୀ ହେବେ । କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ସଫଳତା ମିଳିବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

ତୁଳା :
ଆଜି ଆପଣଙ୍କ ଚିନ୍ତାଧାରା ତ୍ୟାଗ ମନୋବଳ ସମସ୍ତ ଦିଗରେ ସଫଳତା ଆଣି ଦେବ। ପରିବାରରେ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ।

ବିଛା :
ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ।ଆପଣ ନିଜ ମନପସନ୍ଦର କାର୍ଯ୍ୟ କରିବାକୁ ଭଲ ପାଇବେ। ପାରିବାରିକ ମାନସିକ ଶାନ୍ତି ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ :
ଆଜି ଉଚ୍ଚ ଅଧିକାରୀ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେବେ ଯାହାଫଳରେ ଭାରାକ୍ରାନ୍ତ ମନ ପ୍ରସନ୍ନ ରହିବ। ବ୍ୟବସାୟ ପାଇଁ ଆଜି ବହୁତ ଭଲ ଆୟ ବୃଦ୍ଧି ଘଟିବ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ମକର :
ଆଜି କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ। ମହିଳାମାନେ ଜଗିରଖି ଚଳନ୍ତୁ ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ।

କୁମ୍ଭ :
ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇ ପାରେ।ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ମହିଳାମାନେ ଯଶସ୍ବୀ ହେବେ।

ମୀନ :
ଆଜି ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ । ମାନସିକ ଶାନ୍ତି ମିଳିବ।ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ମାନସମ୍ମାନର ଅଧିକାରୀ କରାଇବ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ହେବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.