Latest Odisha News

BREAKING NEWS

ମୟୂରଭଂଜରେ ଓଲଟିଲା ଟ୍ରାକ୍ଟର, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ, ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରାକ୍ଟରରେ ପାଖାପାଖି ୩୫ ଜଣ କଳାକାର ଥିଲେ ଥିଲେ । ସେମାନେ ଡମଣ ସାହିରୁ ଆଦିବାସୀ ନୃତ୍ୟ ପରିବେଷଣ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଦୁଇ ପୁରୁଷ, ଜଣେ ଦେଢ଼ ବର୍ଷର ନାବାଳିକା ରହିଛନ୍ତି ।
ପୋଲିସ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଟାଇଛି ।

Leave A Reply

Your email address will not be published.