Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ 

ତା ୧୮-୧୧୨୦୨୦ ବୁଧବାର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୮ ରିଖ ବୁଧବାର ବିଛା ୩ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର    

ଘାତ ବାର-: କର୍କଟ ରାଶିର     

ଘାତ ଚନ୍ଦ୍ର:- ତୁଳା, କୁମ୍ଭ ରାଶି ପୁରୁଷ ଓ ବୃଷ, ମିଥୁନ ରାଶି ମହିଳାଙ୍କର

ଆଜି: ମୂଳା ଖାଇବା ନିଷେଧ

ଆଜି -ନାଗନ ଚତୁର୍ଥୀ, ସୂର୍ଯ୍ୟ ଷଷ୍ଠୀ ବ୍ରତ ,ଛଅଟ ବ୍ରତର ପ୍ରଥମ ଦିବସ

ମେଷ : ଦାମ୍ପତ୍ୟ ଜୀବନ ସୁଖମୟ ହେବ ବାହରକୁ ବାଧ୍ୟ ହୋଇ ଯିବାର ଯୋଗ ଅଛି। ସମସ୍ତ ଦିଗରୁ ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ଦ୍ରବ୍ୟ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସମ୍ପର୍କ ସ୍ଥାପନ ହେବ।

ବୃଷ : ଆଜିର ଦିନ ଶୁଭଫଳ ଦାୟକ ହେବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ, ମାନସିକ ସୁସ୍ଥତା ମିମିଳିବ। ଆର୍ଥିକ ଲାଭ ହେବ। ଆନନ୍ଦପୂର୍ଣ୍ଣ ସମାଚାର ମିଳିବ। ସ୍ଵାସ୍ଥ୍ୟ ଅନୁକୂଳ ରହିବ।

ମିଥୁନ :ଆଜି ସନ୍ତାନ ଏବଂ ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ବାଦ-ବିବାଦରେ ଜୟଯୁକ୍ତ ହେବେ । ମହିଳା ମାନେ ପ୍ରେମରେ ସଫଳତା ପାଇବେ। ପେଟ ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ ଏବଂ ଯାତ୍ରାରେ ବାଧା ବିଘ୍ନ ଦେଖା ଦେଇପାରେ ।

କର୍କଟ : ଶାରୀରିକ-ମାନସିକ ଅସୁସ୍ଥତା ଅନୁଭବ ହୋଇପାରେ। ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେଇପାରେ । ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ । କୌଣସି ମହିଳାଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି।

ସିଂହ :କାର୍ଯ୍ୟରେ ସଫଳତା ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟୀ ହେବେ । ପ୍ରସନ୍ନତା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶି ଘରେ କୌଣସି ନୂତନ ଆୟୋଜନ କରିବେ। ସ୍ଵାସ୍ଥ୍ୟ ଉତ୍ତମ ରହିବ। ଆର୍ଥିକ ଲାଭ ମିଳିବ, ପ୍ରିୟଜନମାନଙ୍କର ସାକ୍ଷାତ ହେବ।

କନ୍ୟା :ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ଉତ୍ତମ ବ୍ୟବହାରକୁ ନେଇ ଆପଣ ଲୋକପ୍ରିୟତା ପ୍ରାପ୍ତ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଷ୍ଟାନ୍ନ ଭୋଜନ ମିଳିବ। ବିଦ୍ୟାର୍ଥି ମାନଙ୍କପାଇଁ ଆଜି ଶୁଭ ପ୍ରଦ ହେବ ।

ତୁଳା : ଶାରୀରିକ, ମାନସିକ ସୁସ୍ଥତା ଦେଖାଦେବ । ଆପଣଙ୍କ ରଚନାତ୍ମକ ଯୋଗ୍ୟତା କାରଣରୁ ଆପଣ ପ୍ରଶଂସିତ ହେବେ । ମନୋରଞ୍ଜନର ପ୍ରବୃତ୍ତିରେ ସାଙ୍ଗ ତଥା ପରିଜନମାନଙ୍କ ସହିତ ଭାଗ ନେବେ। ଆର୍ଥିକ ଓ ଶାଶାରୀରିକ ଅଭିବୃଦ୍ଧି ହେହେବ ।

ବିଚ୍ଛା :ଆମୋଦ-ପ୍ରମୋଦ, ମନୋରଞ୍ଜନ ପଛରେ ଧନ ବ୍ୟୟ ହୋଇପାରେ। ମାନସିକ ଚିନ୍ତା ଏବଂ ଶାରୀରିକ କଷ୍ଟର କାରଣରୁ ଚିନ୍ତିତ ହୋଇପାରନ୍ତି। କଥାବାର୍ତ୍ତାରେ କାହା ସହିତ ଭୁଲ ବୁଝାବଣା ହୋଇପାରେ ।ମହିଳାମାନେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ : ଆର୍ଥିକ, ସାମାଜିକ ଏବଂ ପାରିବାରିକ ଦୃଷ୍ଟିରୁ ଆପଣଙ୍କପାଇଁ ଆଜିର ଦିନ ଲାଭଦାୟୀ ହେବ। ଗୃହସ୍ଥ ଜୀବନର ଆନନ୍ଦ ମିଳିବ ପ୍ରେମରେ ସଫଳତା ମିଳିବ । ମିତ୍ରମାନଙ୍କ ସହିତ କୌଣସି ରମଣୀୟ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି।

ମକର : ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଆପଣଙ୍କପାଇଁଁ ଆଜି ଦିନ ଶୁଭପ୍ରଦ ହେବ । କର୍ମ କ୍ଷେତ୍ରରେ ମାନ ସମ୍ମାନ ମିଳିବ ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା ଆପଣ ପ୍ରଶଂସିତେ ହେବେ। ବିଦ୍ଯାର୍ଥୀ ମାନେ ବିଦ୍ଯାରେ କୃତ କାର୍ଯ୍ୟ ହେବେ ।

କୁମ୍ଭ : ଆଜି ଆଳସ୍ୟ ଅନୁଭବ କରିପାରନ୍ତି। ମାନସିକ ଅସୁସ୍ଥତା ଦେଖାଦେବ । ଅଫିସ୍ ତଥା କାମ-କାର୍ଯ୍ୟରେ ଉଚ୍ଚପଦାଧିକାରିମାନଙ୍କ ସହ ମନୋମାଳିନ ହୋଇପାରେ। ଅପରାହ୍ନରେ ଭଲ ସମାଚାର ମିଳିପାରେ।

ମୀନ : ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବେ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। କାମକାର୍ଯ୍ୟରେ ଆପଣଙ୍କୁ ଟିକେ ପ୍ରତିକୂଳତା ଅନୁଭବ କରିବାକୁ ପଡ଼ିପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଆଶଂକା ଅଛି।ମହିଳାମାନେ ଯଗି ରଖି ଚଳନ୍ତୁ ।

*ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର,ମୋବାଇଲ ନମ୍ବର: ୯୪୩୭୨୨୫୪୩୪

Leave A Reply

Your email address will not be published.