Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  

ତା ୨୦- ୧୧-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୦ ରିଖ ଶୁକ୍ରବାର ବିଛା ୫ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଉତ୍ତରାଷାଢା ନକ୍ଷତ୍ର ଦିନ ୯ଟା ୨୫ ମିନିଟ୍ ପର୍ଯ୍ୟନ୍ତ ତାପରେ ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଭୋଗ ହେବ

ଘାତ ବାର :- ବିଛା ଧନୁ ଓ ମୀନ ରାଶିର   

ଘାତ ଚନ୍ଦ୍ର:- ସିଂହ ରାଶି ପୁରୁଷଙ୍କର  

ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ 

ଆଜି-ବୃହସ୍ପତି ମହାଗ୍ରହ ଉତ୍ତରାଷାଢା ନକ୍ଷତ୍ର ମକର ରାଶିକୁ ଦିନ ୧ଟା ୨୧ ମିନିଟ୍ ରେ ଚଳନ ହେବେ

ମେଷ: କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ମମତା ଅତୁଟ ରହିବ । ଛାତ୍ରଛାତ୍ରୀମାନେ ବିଦ୍ଯାରେ ଖ୍ଯାତି ଅର୍ଜନ କରିବେ ।

ବୃଷ: ପୂର୍ବର ସମସ୍ଯା ଓ ପ୍ରତିବନ୍ଧକ ଦୂର ହେବ ।ଶତୃମାନେ ପରାଜିତ ହେବେ ।ଦେହ ମନ ସୁସ୍ଥ ରହିବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ । ମହିଳାମାନେ ପ୍ରଶଂସନୀୟା ହେବେ

ମିଥୁନ : ଧୀର ସ୍ଥିର ଭାବରେ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ। ମହିଳାମାନେ ଅପମାନିତ ସମାଲୋଚିତ ହେବେ ।

କର୍କଟ:ଯଗି ରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।କର୍ମ କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରନ୍ତି ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।

ସିଂହ:ଅର୍ଥ ଓ ସମ୍ମାନ ମିଳିବ । ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳତା ଲାଭ କରିବେ ।ଦୂର ଯାତ୍ରାର ଯୋଗ ରହିଛି ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା: କଥା ବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ । ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ ।ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।

ତୁଳା: ଧନ ମାନ ସମ୍ମାନର ଅଧିକାରୀ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ରାଜନୀତି କ୍ଷେତ୍ରରେ ଥିଲେ ଜନ ସମାଜରେ ପ୍ରଶଂସିତ ହେବେ ।ମାଲିମକଦମାରେ ବିଜୟ ଲାଭ କରିବେ ।

ବିଛା: ସତର୍କତା ର ସହ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।ଆଳସ୍ଯ ଓ ଅବହେଳାରୁ ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୃଘଟଣା ଦେଖା ଦେଇପାରେ ।

ଧନୁ: ଅପେକ୍ଷା ରତ ଶୁଭ ଖବର ପାଇ ମନ ଖୁସି ରହିବ ।ସନ୍ତାନ ମାନେ ଆଜ୍ଞା ଧୀନ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।ଜୀବନ ସାଥୀର ପ୍ରେରଣା ମନବଳକୁ ଦ୍ବିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ମକର: ପରିବାରରେ ସୁସମ୍ପର୍କ ପୂର୍ବ ପରି ଅତୁଟ ରହିବ । ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ ।ବନ୍ଧୁ ମିଳନର ଯୋଗ ରହିଛି ।ଶତୃମାନେ ପରାଜିତ ହେବେ ସୁ ସ୍ବାଦୁ ଭୋଜନ ମିଳିବ ।

କୁମ୍ଭ:ଆର୍ଥିକ ସମସ୍ଯା ମନକୁ ଭାରାକ୍ରାନ୍ତ କରାଇବ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହେବେ ।ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରିବ ।

ମୀନ:ମରିଚିକା ପଛରେ ଗୋଡେଇ ଶେଷରେ ନିରାଶ ହେବେ ।ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ଦେହ ମନ ଅସୁସ୍ଥ ହୋଇ ପଡିବ ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର,ମୋବାଇଲ : ୯୪୩୭୨୨୫୪୩୪

Leave A Reply

Your email address will not be published.