Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୦-୪-୨୦୨୧ ମଙ୍ଗଳବାର
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୨୦ ତାରିଖ ମଙ୍ଗଳବାର ମେଷ ୭ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ପୂନର୍ବସୁ ନକ୍ଷତ୍ର କର୍କଟ ଚନ୍ଦ୍ର
ଆଜିର ଘାତ ବାରମକର ରାଶିର
ଆଜିର ନିଷେଧ ଖାଦ୍ୟ :  ନଡ଼ିଆ 
ଆଜି ଅଶୋକାଷ୍ଟମୀ,ପ୍ରଭୁ ଲିଙ୍ଗରାଜଙ୍କ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା, ବାସନ୍ତଦୁର୍ଗା ଅଷ୍ଟମୀ ପୂଜା

ମେଷ
ଆଜି ବନ୍ଧୁଙ୍କ ସହ ଦୂର ଯାତ୍ରା କରି ହସ ଖୁସିରେ ଦିନଟି କଟାଇବେ।ବକେୟା ଅର୍ଥ ହସ୍ତଗତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ।

ବୃଷ
ଆଜି ପଡ଼ୋଶୀଙ୍କ ସାହାଯ୍ୟ ସହଯୋଗ ସମର୍ଥନରେ ସାମାଜିକ କାର୍ଯ୍ୟରେ ସଫଳତା ହାସଲ କରିବେ। ମଧୁର କଥା ବାର୍ତ୍ତାରେ ସମସ୍ତଙ୍କୁ ନିଜର କରି ବେ।ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ।ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

ମିଥୁନ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ଘରୋଇ ସମସ୍ଯାର ସମାଧାନ ହୋଇଯିବ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

କର୍କଟ
ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର କରିପାରନ୍ତି। ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

ସିଂହ
ଆଜି ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ। ବନ୍ଧୁ ମିଳନର ସୁଯୋଗ ମିଳିବ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ।ମାଲିମକଦ୍ଦମାରେ ବିଜୟୀ ହେବେ।ଜମିଜମା ସମସ୍ୟା ଦୂର ହୋଇଯିବ ଚୁକ୍ତିପତ୍ରରେ ସ୍ବାକ୍ଷରିତ କରିପାରନ୍ତି।

କନ୍ୟା
ଆଜି ଅର୍ଥ,ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ।ବିଳାସବ୍ୟସନରେ ଦିନଟି କାଟିବେ। ବହୁ ଦିନର ବକେୟା ଅର୍ଥ ହସ୍ତଗତ ହେବ।ମାଙ୍ଗଳିକ ବିଷୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ। ସ୍ଥଗିତ କାମକୁ ପୂର୍ଣ୍ଣ କରିବାପାଇଁ ଯୋଜନା ପ୍ରସ୍ତୁତ କରିବେ।ଅପରାହ୍ନରେ ପାରିବାରିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ବିଛା
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଜ୍ୟେଷ୍ଠା ନକ୍ଷତ୍ର ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ପ୍ରୟୋଗ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

ଧନୁ
ବନ୍ଧୁଙ୍କ ସହ ମନାନ୍ତର ହୋଇ ପାରେ। ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

ମକର
ଆଜି ଆପଣଙ୍କର ପାରିବାରିକ ଜୀବନ ସୁଖମୟ ହେବ। କୈ।ଣସି କଥାକୁ ନେଇ ସମ୍ପର୍କୀୟ ମାନଙ୍କ ସହ ବିରୋଧ ଦେଖାଦେଇପାରେ। ମହିଳାମାନେ ଆଶା କରୁଥିବା ଦିଗରୁ ନିରାଶ ହେବେ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

କୁମ୍ଭ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ। କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୈତୃକ ସଂପତ୍ତିକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମୀନ
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।ମାଲି ମକଦ୍ଦମାରେ ବିଜୟୀ ହେବେ। ମହିଳାମାନେ ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି।

Leave A Reply

Your email address will not be published.