Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୨୪-୫-୨୦୨୧ ସୋମବାର 


ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା ୨୪ ରିଖ ସୋମବାର ବୃଷ ୧୦ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଆଜିର ନିଷେଧ ଖାଦ୍ୟ-: ବାଇଗଣ
ଆଜି -ଶିବ ପ୍ରଦୋଷ ବ୍ରତ

ମେଷ
ଆଜି ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ। ଗୃହରେ ପୂର୍ବପରି ସୁଖ-ଶାନ୍ତି ବଜାୟ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ପ୍ରଦ ହେବ ଆଶାନୁରୂପ ସଫଳତା ହାସଲ କରିବେ। । ବ୍ୟବସାୟରେ ସଫଳତା ମିଳିବା ସହିତ ଆୟ ବୃଦ୍ଧି ଘଟିବ ।

ପ୍ରତିକାର-: ହନୁମାନଙ୍କୁ ଦର୍ଶନ କରିବା ସହିତ ପ୍ରଭୁଙ୍କ ସିନ୍ଦୂର ମଥାରେ ଲଗାନ୍ତୁ।

ବୃଷ 
ଆଜି ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ । ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ମହିଳାମାନେ ସୈାଭାଗ୍ୟ ବତୀ ହେବେ।

ପ୍ରତିକାର-: ମିଠାଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ମିଥୁନ
ଆଜି ଭାଇମାନଙ୍କ ସହିତ ସମ୍ପର୍କ ସୁଦୃଢ ହେବ। ପୂର୍ବର ମନୋମାଳିନ ଦୂର ହୋଇଯିବ।ଆୟ ବୃଦ୍ଧି ଘଟିବ। ଯୋଜନା ମୁତାବକ କାର୍ଯ୍ୟ କରି ପ୍ରଶଂସିତ ହେବେ ‌।ଶରୀର ସୁସ୍ଥ ରହିବ ସୁସ୍ବାଦୁ ଭୋଜନ ମିଳିବ। ଛାତ୍ର ଛାତ୍ରୀମାନେ ପରିଶ୍ରମ ଅନୁଯାୟୀ ଆଶାଜନକ ଶୁଭ ଫଳ ପାଇବେ।

ପ୍ରତିକାର-: ଗ୍ରାମ ଦେବତୀଙ୍କୁ ଦର୍ଶନ କରିବା ସହିତ ଦେବୀଙ୍କ ପାଖରେ ଘୃତ ଦୀପ ଟିଏ ଜାଳନ୍ତୁ।

କର୍କଟ
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଅପରାହ୍ନରେ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।ରାଜନୀତି କ୍ଷେତ୍ରରେ ଥିଲେ ମାନ-ସମ୍ମାନ ପ୍ରାପ୍ତ ହେବ।

ପ୍ରତିକାର-: ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ।

ସିଂହ
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ ଦିନ ଶୁଭଫଳଦାୟୀ ହେବ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।

ପ୍ରତିକାର-: ଓଁ ଘୃଣିସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।

କନ୍ୟା
ଆଜି ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ ।କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତି ବା ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ପାରିବାରିକ ସମସ୍ଯାକୁ ନେଇ ଚିନ୍ତିତ ରହିବେ। ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

ପ୍ରତିକାର-: କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ତୁଳା
ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ବ୍ୟବସାୟୀମାନଙ୍କୁ ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ଭାରାକ୍ରାନ୍ତର ମନ ପ୍ରଫୁଲ୍ଲିତ ରହିବ।

ପ୍ରତିକାର-: ତୁଳସୀ ମୂଳେ ଜଳ ପ୍ରଦାନ କରନ୍ତୁ।

ବିଛା
ଆଜିର ଦିନ ଲାଭଦାୟୀ ହେବ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ମହିଳାମାନେ ଘରେ ବାହାରେ ସବୁଠି     ପ୍ରଶଂସନୀୟା ହେବେ। ପିତା ମାତାଙ୍କ ସ୍ନେହ ଆଶ୍ରିର୍ବାଦ ଲାଭ କରିବେ। କୌଣସି ସାମାଜିକ ଅନୁଷ୍ଠାନରେ ଉପସ୍ଥିତ ରହବାକୁ ପଡ଼ିପାରେ।

ପ୍ରତିକାର-: ମା ଲକ୍ଷ୍ମୀଙ୍କ ଦଶ ନାମକୁ ଦଶ ଥର ଜପ କରନ୍ତୁ।

ଧନୁ
ଆଜି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ନିଜର ଲୋକ କେହି ଜଣେ ବିରୁଦ୍ଧାଚରଣ କରିବେ ଏଣୁ ଯଗିରଖି ଚଳନ୍ତୁ କଥା ବାର୍ତ୍ତା ଓ ବ୍ୟବହାରର ପ୍ରତି ଦୃଷ୍ଟି ଦିଅନ୍ତୁ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ।

ପ୍ରତିକାର-: ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରରେ ନାରାୟଣଙ୍କୁ ତୁଳସୀ ଚନ୍ଦନ ଅର୍ପଣ କରନ୍ତୁ।

ମକର
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିଜନମାନଙ୍କ ସହିତ ଭୁଲ ବୁଝାମଣା ଯୋଗୁ ମାନସିକ ଅସ୍ଥିରତା ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। କୈ।ଣସି ଧାର୍ମିକ ଅନୁଷ୍ଠାନରେ ଯୋଗଦେଇ ପ୍ରଶଂସିତ ହୋଇପାରନ୍ତି।

ପ୍ରତିକାର-: ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ।

କୁମ୍ଭ
ଆଜି ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ମିତ୍ରମାନଙ୍କ ସହିତ ବୁଲିବାକୁ କୈ।ଣସି ଜରୁରୀ କାର୍ଯ୍ୟରେ ଯାଇପାରନ୍ତି । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଆକସ୍ମିକ ଧନଲାଭ ହୋଇପାରେ।

ପ୍ରତିକାର-: ଓଁ ନମଃ ଶିବାୟ ମନ୍ତ୍ରରେ ଶିବଲିଙ୍ଗରେ ୫ଟି ତ୍ରୀଶାଖା ବେଲପତ୍ର ଚଢାନ୍ତୁ ।

ମୀନ
ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଦୂରଯାତ୍ରାର ଯୋଗ ଅଛି।

ପ୍ରତିକାର-: ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କରନ୍ତୁ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.