Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ 

 ତା୨୪-୯-୨୦୨୦ ଗୁରୁବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ୨୪ ରିଖ ଗୁରୁବାର କନ୍ୟା ୯ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ।

  ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର   

 ଘାତ ବାର-: ତୁଳା ଓ କୁମ୍ଭ ରାଶିର        

ଘାତ ଚନ୍ଦ୍ର:- ତୁଳା ଓ କୁମ୍ଭ ରାଶିର ପୁରୁଷ ଓ ବୃଷ ମିଥୁନ ରାଶି ମହିଳାଙ୍କର  

ଆଜି: ନଡିଆ ଖାଇବା ନିଷେଧ

ମେଷ: ବିଭିନ୍ନ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ । ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ମତପାର୍ଥକ୍ୟ ଦେଖା ଦେବ । ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ହାତମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି।

ବୃଷ: କୌଣସି ବନ୍ଧୁଙ୍କ ପରୋକ୍ଷ ବିରୋଧ ଆପଣଙ୍କ କାମରେ ସମସ୍ୟା ସୃଷ୍ଟି କରିପାରେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକ୍ରମେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବେ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପାଇବେ । ଚେଷ୍ଟା କରୁଥିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

ମିଥୁନ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । କାର୍ଯ୍ୟ ହାସଲ ସକାଶେ ପର ଉପରେ ନିର୍ଭର କରିବାକୁ ପଡ଼ିପାରେ। ନିର୍ମାଣଧୀନନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଧର୍ମକାର୍ଯ୍ୟରେବ୍ୟସ୍ତ ରହିପାରନ୍ତି। ଋଣ ପରିଶୋଧ କରିବେ ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ ।

କର୍କଟ: ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କଲେ ମଧ୍ୟ ସଫଳତା ପାଇବେ ନାହିଁ । ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ମହିଳାମାନେ ସମାଲୋଚିତ ହେବେ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ ।

ସିଂହ: ଖୁସିର ବାତାବରଣ ମଧ୍ୟରେ ଦିନଟିକୁ କଟାଇବେ । କୌଣସି ବାନ୍ଧବୀଙ୍କ ପ୍ରଶଂସାସୂଚକ କଥାବାର୍ତ୍ତାରେ ଖୁସି ଅନୁଭବ କରିବେ। ପୂର୍ବରୁ ପ୍ରସ୍ତୁତି ନ ଥାଇ ମଧ୍ୟ ଯଥେଷ୍ଟ କିଛି ବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।

କନ୍ୟା: ଅଭିଳଷିତ କାମ ହାସଲ କରିବେ । ସମସ୍ୟା ନ ଥିଲେ ମଧ୍ୟ ପରୋକ୍ଷ ଅସୁବିଧା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ । ସହଜରେ କାହାରିକୁ ବିଶ୍ୱାସ କରନ୍ତୁ ନାହିଁ । ନିଜର ବିଶ୍ୱସ୍ତ ବନ୍ଧୁମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିପାରନ୍ତି ।

ତୁଳା: ସନ୍ତାନଙ୍କ ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିନ୍ତିତ ହେବେ । କର୍ମକ୍ଷେତ୍ରରେ ସ୍ଥଗିତ କାମ ଆଜି ପାଇଁ ଦୋଷି ସାବ୍ଯସ୍ତ ହେବେ । ଯୁକ୍ତିତର୍କଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ଧାର ସୂତ୍ରରେ ଅର୍ଥ ପାଇବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।

ବିଛା: ସାମାଜିକ ସ୍ତରରେ ସୁନାମ ଅର୍ଜନ କରିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ସଙ୍ଗଲାଭ କିମ୍ବା ଆନୁଷ୍ଠାନିକ କାମ ଅଥବା ସଭାସମିତିରେ ସମ୍ମାନିତ ହୋଇପାରନ୍ତି । ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ବିନା ବାଧାବିଘ୍ନରେ ସମାପନ ହୋଇପାରିବ । ପାରିବାରିକ ଅସ୍ଥିରତା କାରଣରୁ ସାୟାହ୍ନେ ମନ ଭଲ ରହି ନ ପାରେ ।

ଧନୁ: ଅସାଧ୍ୟ କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଅପ୍ରିୟ ସତ୍ୟ କହି ଦୋଷି ସାବ୍ଯସ୍ତ ହେବେ । ଅନ୍ୟମାନଙ୍କର ଚକ୍ଷୁଶିଳ ହେବା ଆଶଙ୍କା ରହିଛି । ଆକସ୍ମିକ ଭାବରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।

ମକର: କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ଅଶାନ୍ତିର କାରଣ ହେବ । ବନ୍ଧୁମାନଙ୍କ କାର୍ଯ୍ୟକଳାପକୁ ନେଇ ଦୁଃଖୀତ ହେବେ । ଗତକାଲିଠାରୁ ଚେଷ୍ଟା କରୁଥିବା କାମରେ ଆଜି ଆଂଶିକ ସଫଳତା ପାଇବେ । ମହିଳାମାନେ ପ୍ରଶଂସନୀୟ ହେବେ ।

କୁମ୍ଭ :ପ୍ରଶାସନିକ ସ୍ତରରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ବନ୍ଧୁଙ୍କ ସହ ଆଳାପ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ପାରିବାରିକ ଜୀବନ ସୁଖମୟ ହେବ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଦୂରଯାତ୍ରା, ପରିଭ୍ରମଣ କିମ୍ବା ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

ମୀନ: ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ପରିସ୍ଥିତି ନ ବଦଳିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ । ଗୋଟିଏ କାମ ନ ସରୁଣୁ ଏକାଧିକ କାମରେ ହାତଦେବା ଠିକ୍‌ ହେବନାହିଁ । ମାଲିମକଦମାରେ ଜଡିତ ହୋଇ ପାରନ୍ତି  ।

Leave A Reply

Your email address will not be published.