Latest Odisha News

BREAKING NEWS

ସୁରତ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ଲେବାନନ ଭଳି ବିସ୍ଫୋରଣ

ସୁରତ: ଗୁଜରାଟର ସୁରତରେ ଲେବନନ୍ ଭଳି ବିସ୍ଫୋରଣ। ଜାହିରା ସ୍ଥିତ ଓଏନସିଜି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଓଏନସିଜି ପ୍ଲାଣ୍ଟର ଦୁଇଟି ଟର୍ମିନାଲରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଛି ।

ଭୋର ସାଢେ ୩ଟା ବେଳେ ହଠାତ ପାଇପଲାଇନରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଲଗାତାର ତିନିଟି ବିସ୍ଫୋରଣ ହୋଇଥିଲା । ଏଥିରୁ ଲାଗିଥିଲା ନିଆଁ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପାଖାପାଖି ୧୦ କିଲୋମିଟର ଯାଏ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ।

ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ । ତେବେ ବିସ୍ଫୋରଣ ଓ ପରବର୍ତ୍ତୀ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳି ନାହିଁ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଓଏନଜିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଦେଖନ୍ତୁ ବିସ୍ଫୋରଣର ଭିଡିଓ

Leave A Reply

Your email address will not be published.