Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା ୨୫-୪-୨୦୨୧ରବିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୨୫ ତାରିଖ ରବିବାର ମେଷ ୧୨ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର
ଆଜିର ଘାତ ବାରମେଷ ରାଶିର
ଆଜିର ଘାତ ଚନ୍ଦ୍ର ବୃଷ ରାଶି ପୁରୁଷ, ଧନୁ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ : ବାଇଗଣ 
ଆଜି ଅନଙ୍ଗ ତ୍ରୟୋଦଶୀ,ଶିବୋବାସ, ବେଢ଼ା ପରିକ୍ରମା

ମେଷ
ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି । ସାଙ୍ଗମାନଙ୍କ ଖୁସିପାଇଁ କିଛି କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ବୃଷ
ଆଜି ବହୁଦିନ ଧରି ଲାଗିଥିବା ସମସ୍ୟାର ସମାଧାନ ହୋଇ ଯିବ। ଅଚାନକ ଅର୍ଥଲାଭ କରି ଖୁସି ରହିବେ । ମହିଳାମାନେ ଆଶା କରୁଥିବା ସୁବିଧା ସୁଯୋଗ ପାଇ ଆନନ୍ଦିତ ହେବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ।

ମିଥୁନ
ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । ପିତା ମାତାଙ୍କ ସ୍ନେହ ଆଶ୍ରିର୍ବାଦ ଲାଭ କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି ।

କର୍କଟ
ଆଜି ଆପଣ ନିଜ ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ସଫଳତା ହାସଲ କରିବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ ଆୟ ତୁଳନାରେ ବ୍ୟୟ ପ୍ରାୟତଃ ସମାନ ରହିବ ‌। ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ।

ସିଂହ
ଆଜି ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଦୂର ସ୍ଥାନକୁ ଯାଇପାରନ୍ତି ।ଏହି ଭ୍ରମଣ ଆପଣଙ୍କ ମନ ମଧ୍ୟରେ ବହୁଦିନ ଧରି ରହି ଥିବା ଦୁଶ୍ଚିନ୍ତାକୁ ଦୁର କରିବାରେ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

କନ୍ୟା
ଆଜି ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ। ଦେହ ମନ ସୁସ୍ଥ ରହିବ ।ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଦେବପୂଜା ଓ ଦର୍ଶନ କରିବାର ସୁଯୋଗ ପାଇବେ। ବକେୟା ପ୍ରାପ୍ୟ ହସ୍ତଗତ ହେବ।

ତୁଳା
ଆଜି ଆପଣ ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ନିଜର ଲୋକ ବିରୁଦ୍ଧାଚରଣ କରିବେ ସତର୍କ ରୁହନ୍ତୁ। ପାରିବାରିକ ସମସ୍ଯା ଦେଖାଦେଇପାରେ। ପତ୍ନୀଙ୍କ ସହ ମତାନ୍ତର ହୋଇପାରେ।

ବିଛା
ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ମିଳିବ। ନୂତନ ଗୃହ ନିର୍ମାଣ ପାଇଁ ଦିନଟି ଅନୁକୂଳ ରହିବ। ଶତୃମାନେ ପରାଜିତ ହେବେ। ସୁସ୍ବାଦୁ ଭୋଜନ ମିଳିବ। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିବେ।

ଧନୁ
ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିବ। ଅପରାହ୍ନରେ ସାମୟିକ ଦେହପୀଡା ହୋଇପାରେ । ନିଜ ପରିବାର ବର୍ଗ ସହ ଛୋଟ ଧରଣର ଭ୍ରମଣ ଯୋଗ ରହିଛି । ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।

ମକର
ଆଜି ଆପଣ ଜଗିରଖି ଚଳନ୍ତୁ ବକେୟା ଅର୍ଥ ଆଦାୟ ପାଇଁ କଳହ ଦେଖାଦେଇପାରେ। ଆପଣ ନିଜ ଲକ୍ଷ୍ୟରେ ପହଞ୍ଚିବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ମହିଳାମାନେ ଆଶା କରୁଥିବା ଦିଗରୁ ନିରାଶ ହେବେ।

କୁମ୍ଭ
ଆଜି ମନ ଅଶାନ୍ତ ରହିବ। ଠିକ୍ ସମୟରେ କାର୍ଯ୍ୟ କରିପାରିନଥିବାରୁ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର କ୍ରୋଧର ଶିକାର ହୋଇ ପାରନ୍ତି। ତରବରିଆ ଭାବେ କାର୍ଯ୍ୟ କରନ୍ତୁ ନାହିଁ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ।

ମୀନ
ଆଜି ପରିବାର ସହିତ ହସଖୁସିରେ ଦିନଟିକୁ କାଟିବେ। ଦେହ ମନ ସୁସ୍ଥ ରହିବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ଲାଭ କରି ଆନନ୍ଦିତ ହେବେ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।ଆୟ ବୃଦ୍ଧି ଘଟିବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.