Latest Odisha News

BREAKING NEWS

ଜୀଅନ୍ତା ଜଳିଗଲା ନାବାଳକ, ଗ୍ୟାସ୍ ଲିକରୁ ଘରେ ଅଗ୍ନିକାଣ୍ଡ

ସୋନପୁର: ଗ୍ୟାସ୍ ଲିକରୁ ଘରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀବନ୍ତ ଦଗ୍ଧ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅନ୍ତର୍ଗତ ଶଙ୍କରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଆଜି ଚା କରିବା ପାଇଁ ପରିବାର ଲୋକ ଗ୍ୟାସ୍ ଟାଙ୍କି ଲଗାଇବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ମୃତକ ହେଲେ ଶଙ୍କର ଗାଁର ଟିକେଲାଲ ଗୁଦୁରିଆଙ୍କ ୧୦ ବର୍ଷର ପୁଅ ବାବୁସାନ ଗୁଦୁରିଆ ।

ନିଆଁ ଲାଗିଥିବା ଦେଖି ଘର ଲୋକ ପଦାକୁ ବାହାରି ଆସିଥିଲେ । ତେବେ ପିଲାଟି ଶୋଇଥିବାରୁ ଆସି ନଥିଲା । ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଛାରଖାର ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚିବା ବେଳକୁ ଘରଟି ଜଳିପୋଡ଼ି ଛାରଖାର ହୋଇଥିଲା । ପରିବାର ଲୋକ ପିଲାଟିକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ତମୃତ ଘୋଷଣା କରିଥିଲେ ଡାକ୍ତର ।

Leave A Reply

Your email address will not be published.