Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୨୭-୫-୨୦୨୧ ଗୁରୁବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା ୨୭ ରିଖ ଗୁରୁବାର ବୃଷ ୧୩ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର
ଘାତ ବାର-: ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ-: ପାଣି କଖାରୁ

ମେଷ:
ଆଜି ଆର୍ଥିକ ଲାଭ ହେବ ପତ୍ନୀଙ୍କ ଉତ୍ସାହ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ। ନୂତନ ଗୃହ ନିର୍ମାଣ ପାଇଁ ମନ ବଳାଇବେ‌ ।ଯୋଜନାନୁଯାୟୀ କାମ କରି ବିଜୟୀ ହେବେ।ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀମାନେ ନୂଆ ନିବେଶରେ ଲାଭ ବାନ ହେବେ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।

ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ ।

ବୃଷ:
ଆଜି ନିଜର ବୁଦ୍ଧି ବିବେକ ବଳରେ କାର୍ଯ୍ୟ କରିବା ଦ୍ୱାରା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ବହୁ ଦିନର ଆଶା ଅଭିଳାଷ ପୁରଣ ହେବ।

ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ:
ଆଜି ଦିନଟି ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ ନିଜର ଲୋକ ବିରୁଦ୍ଧାଚରଣ କରିବେ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଦାମ୍ପତ୍ୟ ଜୀବନ ଖୁସିରେ ଭରା ରହିବ।*

ପ୍ରତିକାର-ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ ।

କର୍କଟ:
ଆଜି କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ପାଇବ। ଆଜି କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଆର୍ଥିକ ଚିନ୍ତା ଦୂର ହେବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବେ। ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।

ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ସିଂହ:
ଆଜି ସମସ୍ତ ଦିଗରେ ସଫଳତା ହାସଲ କରିବେ।ଶତୃମାନେ ପରାଜିତ ହେବେ। ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। କୌଣସି ଶୁଭ ଖବର ଶୁଣିପାରନ୍ତି । ବ୍ୟବସାୟ ପାଇଁ ନୂତନ ଚୁକ୍ତିପତ୍ର ଚୁକ୍ତି ସ୍ୱାକ୍ଷରିତ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ପ୍ରତିକାର- ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।

କନ୍ୟା:
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ମାଲି ମକଦ୍ଦମାରେ ବିଜୟୀ ହେବେ । ବେପାର ବାଣିଜ୍ୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କ୍ଷେତ୍ରକୁ ଯାଆନ୍ତୁ।

ତୁଳା:
ଆଜି ଆପଣଙ୍କ ମନୋବଳ ଦୃଢ଼ ରହିବ। ଯେ କୌଣସି କାମ କରିବେ ସେଥିରେ ସଫଳତା ମିଳିବ।ରାଜନୀତି କ୍ଷେତ୍ରରେ ଥିଲେ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।

ପ୍ରତିକାର-ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ବିଛା:
ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧ୍ଯମ ଓ ସଞ୍ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ହସଖୁସିରେ ସମୟ ବିତେଇବେ।

ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ।

ଧନୁ:
ଆଜି ଆପଣ କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟରେ ଉନ୍ନତି ଦେଖା ଦେବ ନୂତନ ଯୋଜନା ପ୍ରସ୍ତୁତ କରିବେ । ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ର ଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ପ୍ରତିକାର-ମା କାଳୀଙ୍କ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ।

ମକର:
ଆଜି ଆପଣ ଯଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ।କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ।ପାରିବାରିକ ଜୀବନ ସୁଖମୟ ହେବ।

ପ୍ରତିକାର-ସାତଟି ପାନ ପତ୍ର ଗଣେଶଙ୍କୁ ଚଳାନ୍ତୁ।

କୁମ୍ଭ:
ଆଜି ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ବକେୟା ଦରମା ହସ୍ତଗତ ହେବ।

ପ୍ରତିକାର-ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର କଳାରାଶି ମିଶାଇ ଢାଳନ୍ତୁ ।

ମୀନ:
ଆଜି କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି ।ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହେବେ। ଗାଡି ଚଲେଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।

ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.