Latest Odisha News

BREAKING NEWS

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଜମିଛି ପାଣି , ଚାଲିଛି ପୁନରୁଦ୍ଧାର କାମ

ଭୁବନେଶ୍ୱର: ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । କିଛି ସ୍ଥାନରେ ଲୋକେ ଜଳବନ୍ଦୀରେ ରହିଥିବା ବେଳେ ପ୍ରତି ସମସ୍ୟା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ବାତ୍ୟା ପ୍ରଭାବିତ ମାନଙ୍କୁ ୭ ଦିନ ଯାଏ ରିଲିଫ୍ ଘୋଷଣା ହୋଇଛି । ତା ସହିତ ଜଳବନ୍ଦୀରେ ରହିଥିବା ଲୋକଙ୍କ ପାଇଁ ପ୍ରଶାସନ ବେଶ୍ ସଜାଗ ରହିଛି ।

ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଉ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସୁରକ୍ଷିତ ଆଶ୍ରୟସ୍ଥଳୀରେ ରହୁଛନ୍ତି ଲୋକେ । ଏବେ ବି ପାଣି ଘେରରେ ରହୁଥିବା ଲୋକଙ୍କୁ ପୁନରୁଦ୍ଧାର ଚାଲିଛି । ଉପକୂଳ ଅଞ୍ଚଳ ଗୁଡିକରେ ଲଗାଣ ବର୍ଷା ଆଉ ପବନ ଯୋଗୁ ପାଣି ଜମିବା ସହିତ ରାସ୍ତାଘାଟ ଅବରୋଧ ହୋଇଛି । ବଡ ବଡ ଖୁର୍ଟି ଉପୁଡି ପଡିବା ସହିତ ଗଛ ପଡି ରାସ୍ତାଘାଟ ବନ୍ଦ ହୋଇଯାଇଛି । ଏଗୁଡିକର  ପୁନରୁଦ୍ଧାର କରାଯାୁଉଛି ।

ବିଭିନ୍ନ ସ୍ଥାନରେ ଗଛ ସବୁ କଟା ଯାଇ ରାସ୍ତା ପରିଷ୍କାର କରାଯାଉଛି । ସବୁଠାରୁ ବେଶୀ ବର୍ଷା ବାଲେଶ୍ୱର ଓ ଭଦ୍ରକରେ ହୋଇଥିବା ବେଳେ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସମୁଦ୍ର ଜୁଆର ଯୋଗୁ ୧୨୦ରୁ ଅଧିକ ଗାଁରେ ପାଣି ପଶି ରହିଛି । ସେଗୁଡିକ ମଧ୍ୟ ନିସ୍କାସନ କରାଯିବ । ବିଦ୍ୟୁତ ସେବା ସ୍ୱାଭାବିକ କରାଯିବା ସହିତ ସ୍ଥାନାନ୍ତର କରାଯାଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ।

Leave A Reply

Your email address will not be published.