Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୨୮-୪-୨୦୨୧ ବୁଧବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୨୮ ତାରିଖ ବୁଧବାର ମେଷ ୧୫ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର
ଆଜିର ଘାତ ବାରକର୍କଟ ରାଶିର
ଆଜିର ନିଷେଧ ଖାଦ୍ୟ ବୋଇତି କଖାରୁ 
ଆଜି-ଉତ୍କଳ ଗୈ।ରବ ମଧୁସୂଦନ ଦାସ ଜୟନ୍ତୀ

ମେଷ
ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ବୁଝିବେ ।

ବୃଷ
ଆଜି ଧାର୍ମିକ ଅନୁଷ୍ଠାନରେ ଯୋଗଦେଇ ପ୍ରଶଂସିତ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦେହ ମନ ସୁସ୍ଥ ରହିବ। ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା , ସାମ୍ବାଦିକତା, ପ୍ରଶାସନ ଓ ପରିବହନରେ ସଫଳତା ହାସଲ କରିବେ। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ।

ମିଥୁନ
ଆଜି କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିବେ। ସାଧାରଣ କଥାରେ ଯୁକ୍ତିତର୍କ କରନ୍ତୁ ନାହିଁ କଳହ ଦେଖାଦେଇପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ।

କର୍କଟ
ଆଜି ସନ୍ତାନଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ଚିନ୍ତିତ ରହିପାରନ୍ତି। ଜୀବନ ସାଥୀ ସହ ମନାନ୍ତର ହୋଇ ପାରେ,ଯାହା ଫଳରେ ମାନସିକ ଚିନ୍ତା ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଶୁଭଫଳ ମିଳିବ।ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ।

ସିଂହ
ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ମିଳିବ। ପାରିବାରିକ ଜୀବନର ସୁଖମୟ ହେବ । ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ ।

କନ୍ୟା
ଆଜି କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ମହିଳାମାନେ କୌଣସି ଶୁଭ କାମରେ ଯୋଗ ଦେଇ ଖୁସି ମନେଇବେ।

ତୁଳା
ଆଜି ଜମି ଜମା ସମ୍ପର୍କକୁ ନେଇ ପାରିବାରିକ କଳହ ହୋଇପାରେ। ଆନୁଷ୍ଠାନିକ କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି। ଦୀର୍ଘଦିନରୁ ଦେଖାଦେଇଥିବା ଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।

ବିଛା
ଆଜି ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଦୁର୍ବ୍ୟବହାର ମନକୁ ଭାରାକ୍ରାନ୍ତ କରିବ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।

ଧନୁ
ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ।

ମକର
ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ।

କୁମ୍ଭ
ଆଜି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦୂର ଯାତ୍ରା କରିବାକୁ ପଡିପାରେ ଆଜିର ଯାତ୍ରା ସଫଳ ହେବ। ମାଲି ମକଦ୍ଦମାରେ ବିଜୟୀ ହେବେ।

ମୀନ
ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ। ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.