Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  

ତା୨୯-୧୧-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୯ ରିଖ ରବିବାର ବିଛା ୧୪ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ଦିନ୧୦ଟା ୪ମିନିଟ୍ ପର୍ଯ୍ୟନ୍ତ ତାପରେ ବୃଷ ଚନ୍ଦ୍ର ଭୋଗ ହେବ

ଘାତ ବାର-: ମେଷ ରାଶିର 

ଘାତ ଚନ୍ଦ୍ର:- ବିଛା ରାଶି ପୁରୁଷଙ୍କର  

ଆଜି: ବିରି ଦ୍ରବ୍ୟ ଖାଇବା ନିଷେଧ

ଆଜି-ମହା ପ୍ରଭୁଙ୍କର ଡାଳିକିଆ ( ଲକ୍ଷ୍ମୀ ନୃସିଂହ)ବେଶ

ମେଷ : ପ୍ରତେକଟି କ୍ଷେତ୍ରରେ ସଫଳତା ମିଳିବ ।ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଶତୃମାନେ ପରାଜିତ ହେବେ ।

ବୃଷ : ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ପାରିବାରିକ ଜୀବନରେ ବାଦ ବିବାଦର ସମାଧାନ ପାଇଁ ସମର୍ଥ ହେବେ ।ମହିଳାମାନେ ପରିବାରରେ ପ୍ରଶଂସିତ ହେବେ ।ବାଣିଜ୍ୟ ବ୍ଯବସାୟରେ ଅଗ୍ରଗତି ଘଟିବ ।

ମିଥୁନ : ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଦିନଟି ସମ୍ପୁର୍ଣ୍ଣ ଭଲ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ ।

କର୍କଟ : ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନ ଦେଖା ଦେବ।ମହିଳାମାନେ ସମାଲୋଚିତ ହେବେ ।ଦୂର ଯାତ୍ରା କରନ୍ତୁ ନାହିଁ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ଅମନ ଯୋଗି ହେବେ ।

ସିଂହ: ବକେୟା ଅର୍ଥ ହସ୍ତଗତ ହେବ।ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ସୁଖ ନିଦ୍ରା ଓ ସ୍ଵାଦିଷ୍ଟ ଭୋଜନ ମିଳିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ।

କନ୍ୟା : ଦେହ ମନ ସୁସ୍ଥ ରହିବ । ପିତାମାତା ଓ ସନ୍ତାନମାନଙ୍କର ସ୍ବାସ୍ଥ୍ଯରେ ଉନ୍ନତି ଦେଖା ଦେବ ।ଗୁପ୍ତ ଶତୃମାନେ ପରାଜିତ ହେବେ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ ।ନିଜ ଜୀବନ ସାଥୀର ପ୍ରେରଣା ବହୁକାଶଂରେ ସାହାଯ୍ୟ କରିବ ।

ତୁଳା : ପାରିବାରିକ ସମସ୍ଯା ଆଜି ଦୂରେଇ ଯିବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ମହିଳାମାନେ ଯଶସ୍ବୀ ହେବେ ।ଶତୃମାନେ ପରାଜିତ ହେବେ ।

ବିଛା : ପିତା ମାତାଙ୍କ ସହିତ ମନୋମାଳିନ ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।ମାନସିକ ଅସ୍ଥିରତା ଦେଖା ଦେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ମହିଳାମାନେ ନାନା ଦିଗରୁ ଅପମାନିତ ଓ ଅସୁବିଧାର ସମ୍ମୁଖୀନ ହେବେ ।

ଧନୁ: ପାରିବାରିକ ଶାନ୍ତି ପରିଲିକ୍ଷିତ ହେବ ।ଆଶା କରୁଥିବା ଦିଗରୁ ସଫଳତା ଓ ଅର୍ଥ ପ୍ରାପ୍ତି ହେବ ।ନୂତନ ପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ ।ବ୍ଯବସାୟିମାନେ ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ ।

ମକର : ପାରିବାରିକ ଶାନ୍ତି ବଜାୟ ରହିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଗୁରୁଜନମାନଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ

କୁମ୍ଭ: ମାଲିମକଦମାରେ ବିଜୟୀ ହେବେ ।ମହିଳାମାନେ ପରିବାରରେ ପ୍ରଶଂସିତ ହେବେ ।ଶତୃମାନେ ପରାଜିତ ହେବେ ।ଗବେଷଣା ରତ ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ପାଇବେ ।ବ୍ଯବସାୟୀମାନେ ବ୍ଯବସାୟରେ ଲାଭବାନ ହେବେ ।

ମୀନ :ଦାମ୍ପତ୍ୟ ଜୀବନ ଦୁଃଖମୟ ହେବ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ବାଦବିବାଦ ଦେଖା ଦେବ ।ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ।ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି।ବିଦ୍ଯାର୍ଥୀମାନେ ଅକୃତ କାର୍ଯ୍ୟ ହେବେ ।

 ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର, ମୋବାଇଲ ନମ୍ବର :୯୪୩୭୨୨୫୪୩୪

Leave A Reply

Your email address will not be published.