Latest Odisha News

BREAKING NEWS

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜଗତସିଂହପୁରର ୧୫ ଟି ମନ୍ଦିରରେ ଲାଗୁ ହେଲା ୧୪୪ ଧାରା

ଜଗତସିଂପୁର: କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜନସମାଗମ କୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୫ ଟି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି।

ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ୩୦ ନଭେମ୍ବର ପର୍ଯ୍ୟନ୍ତ ୧୫ ଟି ମନ୍ଦିରରେ ଧାରା ୧୪୪ ଜାରି ବଳବତ୍ତର ରହିବ।

ଏହି ୧୫ ଟି ମନ୍ଦିର ହେଉଛି ମଧୁବନର ଜଗନ୍ନାଥ ମନ୍ଦିର, ମା ସାରଳା ମନ୍ଦିର, ଗଡ କୁଜଙ୍ଗ ଜଗନ୍ନାଥ ମନ୍ଦିର, ଗ୍ରାମେଶ୍ୱର ମନ୍ଦିର, ସରବନ୍ତ ଜଗନ୍ନାଥ ମନ୍ଦିର, ଶ୍ରୀ ବ୍ରୁନ୍ଦାବନ ବିହାରୀ ଯିଉ, ଗାରୋଇ ଜଗନ୍ନାଥ ମନ୍ଦିର, ନିଲକଣ୍ଠେଶ୍ୱର ମହାଦେବ ମନ୍ଦିର, ଚାନ୍ଦପୁର ଜଗନ୍ନାଥ ମନ୍ଦିର, ଅଳଣ ଜଗନ୍ନାଥ ମନ୍ଦିର, ଧ୍ୟାନକୁଣ୍ଡ ଜଗନ୍ନାଥ ମନ୍ଦିର, ମୁଚକୁନ୍ଦ ମହାଦେବ ମନ୍ଦିର, ଗଟନାଥ ମହାଦେବ ମନ୍ଦିର, ସିଦ୍ଧଳ ଜଗନ୍ନାଥ ମନ୍ଦିର ଏବଂ ଶ୍ରୀ ଶ୍ରୀ ଗୋରେଖନାଥ ମହାପ୍ରଭୂ ମନ୍ଦିର।

Leave A Reply

Your email address will not be published.