Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା୩୦-୪-୨୦୨୧ ଶୁକ୍ରବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୩୦ ତାରିଖ ଶୁକ୍ରବାର ମେଷ ୧୭ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର
ଆଜିର ଘାତ ବାରବିଛା, ଧନୁ ଓ ମୀନ ରାଶିର
ଆଜିର ଘାତ ଚନ୍ଦ୍ର ସିଂହ,କନ୍ୟା ଓ ମକର ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ : ମୂଳା

ମେଷ
ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସଫଳତା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି କରିବେ । ପୂର୍ବ ସମସ୍ୟାର ସମାଧାନ ହେବ । ଆୟ ବୃଦ୍ଧି ଘଟିବ ପୂର୍ବର ଋଣ ପରିଶୋଧକରି ଆଶ୍ବସ୍ତ ଲାଭ କରିବେ।

ବୃଷ
ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ଲାଭ କରିବେ। ଭାତୃ ସମ୍ପର୍କରେ ମତପାର୍ଥକ୍ୟ ଦେଖାଦେଇପାରେ। ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ । କୌଣସି ଜିନିଷ କିଣିବା ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ମିଥୁନ
ଆଜି ନୂତନ କର୍ମ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ବାଧା ବିଘ୍ନ ଦେଖାଦେଇପାରେ ,ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଶେଷରେ ସଫଳତା ମିଳିବ।

କର୍କଟ
ଆଜି ହଠାତ୍ କାୈଣସି ଶୁଭଖବର ପାଇ ଆନନ୍ଦିତ ହେବେ। ଭ୍ରମଣର ଯୋଗ ରହିଛି, ଯାତ୍ରା ଯୋଗୁ କ୍ଳାନ୍ତି ଅନୁଭବ କରିବେ। ପିତା ମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖା ଦେବ। ମହିଳାମାନେ କଳ୍ପନା ବିଳାସୀ ହେବେ ।

ସିଂହ
ଆଜି ଆପଣ କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ଛାତ୍ର ଛାତ୍ରୀମାନେ କୃତକାର୍ଯ୍ୟ ହେବେ।

କନ୍ୟା
ଆଜି ଆପଣଙ୍କର ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଦୂର ହୋଇଯିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ।

ତୁଳା
ଆଜି ଆପଣ ଜଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରର ଅସ୍ଥିରତା ଦେଖାଦେଇପାରେ।ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।ବିବାଦୀୟ ଘଟଣାର ନିରବ ରହିବା ଭଲ ହେବ।

ବିଛା
ଆଜି ଦୂର ଯାତ୍ରା କରିବାକୁ ପଡିପାରେ, ଯାତ୍ରାରେ ସଫଳତା ମିଳିବ। ଅନ୍ୟମନସ୍କତା କାରଣରୁ କୈାଣସି ଦ୍ରବ୍ୟ ଚୋରୀ ବା ହଜିଯାଇପାରେ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ମାନସିକ ଅଶାନ୍ତି ଯୋଗୁ ମନ ଭାରାକ୍ରାନ୍ତ ରହିବ।

ଧନୁ
ଆଜି ନିଜର ଲୋକ ବିରୁଦ୍ଧାଚରଣ କରିବେ ସତର୍କ ରୁହନ୍ତୁ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି। ଗୁରୁଜନ ମାନଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ଆଶ୍ରିର୍ବାଦ ଲାଭ କରିବେ। ମହିଳାମାନେ ଆଦରଣୀୟା ହେବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ।

ମକର
ଆଜି ପରିବାରରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ। ଅନିଚ୍ଛାକୃତ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଗାଡି ଚଲେଇବା ବେଳେ ଅନ୍ୟମନସ୍କ ହୁଅନ୍ତୁ ନାହିଁ । ବ୍ୟବସାୟ ବାଣିଜ୍ୟରେ ଲାଭ ପରିବର୍ତ୍ତେ କ୍ଷତି ହୋଇପାରେ।

କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିଯୋଗିତାରେ ବିଜୟୀ ହେବେ। କର୍ମକ୍ଷେତ୍ରର ସହକର୍ମୀଙ୍କ ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ ଜଗିରଖି ଚଳନ୍ତୁ।

ମୀନ
ଆଜି ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ବିରୁଦ୍ଧାଚରଣ କରିବେ। ଶରୀର ସୁସ୍ଥ ରହିବ, ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ। ବକେୟା ପ୍ରାପ୍ୟ ଆଜି ହସ୍ତଗତ ହେବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.