Latest Odisha News

BREAKING NEWS

ଆସିଲା ଏକଜିଟ ପୋଲ୍ ଫଳାଫଳ, କେଉଁଠି କିଏ କରିବ ସରକାର ?

ନୂଆଦିଲ୍ଲୀ : ସରିଲା ପଶ୍ଚିମବଙ୍ଗର ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏଥିସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନର ପ୍ରକାଶ ପାଇଛି ଏକଜିଟ୍ ପୋଲ ରେଜଲ୍ଟ । ତେବେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ଉପରେ । ତେବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ପୁଣି କ୍ଷମତାକୁ ଫେରିବା ସମ୍ଭାବନା ରହିଥିବା କିଛି ସର୍ଭେରେ କୁହାଯାଇଛି । ଅନ୍ୟପଟେ ଆଉ କିଛି ରିପୋର୍ଟରେ ପଶ୍ଚିମବଙ୍ଗରେ ବିଜେପିକୁ ମିଳିପାରେ ବହୁମତ ।

ସି-ଭୋଟର ଅନୁସାରେ ପଶ୍ଚିମବଙ୍ଗରେ ଟିଏମସି ୧୫୨-୧୬୪ଟି ଆସନ ପାଉଥିବା ବେଳେ, ବିଜେପି ୧୦୯-୧୨୧ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୪-୨୫ଟି ଆସନ ଜିତିବ । ସେହିପରି ରିପବ୍ଲିକ-ସିଏନକ୍ସ ସର୍ଭେ ଅନୁସାରେ ପଶ୍ଚିମବଙ୍ଗରେ ଟିଏମସି ୧୨୮-୧୩୮ଟି ଆସନ, ବିଜେପି ୧୩୮-୧୪୮ଟି ଆସନ ଓ କଂଗ୍ରେସ ବାମ ମେଣ୍ଟ ୧୧-୨୧ଟି ଆସନ ଜିତିବ ।

ସେହିପରି ଟାଇମସ ନାଓ ସି ଭୋଟର ଏକଜିଟ ପୋଲ ଅନୁଯାୟୀ, ଟିଏମସିକୁ ୧୫୮ ସିଟ, ବିଜେପି ୧୧୫ ସିଟ, ବାମ ଦଳକୁ ୧୯ ସିଟ ମୁଳୁଛି । ଅନ୍ୟପଟେ P-MARQ ତଥ୍ୟ ଅନୁସାରେ, ପଶ୍ଚମବଙ୍ଗରେ ବିଜେପି ସପକ୍ଷରେ ୧୨୦ ଆସନ୍ ପାଉଥିବା ବେଳେ, ଟିଏମସିକୁ ମିଳିବ ୧୫୮ ଆସନ, କଂଗ୍ରେସ-ବାମ ମେଣ୍ଟକୁ ୧୪ ଆସନ ମିଳିବ । ଜନକି ବାତର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢୁଥିବା ନେଇ ସ୍ପଷ୍ଟ କରିଛି । ୨୯୨ ଆସନରୁ ୧୭୩ ଆସନ ବିଜେପିକୁ ମିଳୁଥିବା ବେଳେ, ଟିଏମସିକୁ ୧୧୨ ଆସନ ଓ କଂଗ୍ରେସ-ବାମ ମେଣ୍ଟକୁ ମାତ୍ର ୬ଟି ଆସନ ମିଳିବ ।

ଅନ୍ୟପଟେ ତାମିଲନାଡୁ କଥା ଯଦି ନଜର ପକାଇବା ହେଲେ ଏଥରେ ଶାସକ ଏଆଇଏଡିଏମକେକୁ ଲାଗିପାରେ ଶକ୍ତ ଧକ୍କା । ଏଠାରେ କଂଗ୍ରେସ ଡିଏମକେ ମେଣ୍ଟ ସରକାର ଗଢ଼ିପାରେ । ରିପବ୍ଲିକ ସିଏନଏକ୍ସ ସର୍ଭେ ଅନୁସାରେ, ତାମିଲନାଡୁରେ ଡିଏମକେ ମେଣ୍ଟକୁ ୧୬୫ ଆସନ ମିଳୁଥିବା ବେଳେ ଏଆଇଏଡିଏମକୁ ୬୩ ଓ ଅନ୍ୟାନ୍ୟଙ୍କୁ ୬ ଆସନ ମିଳିବ । ପି ମାର୍କ ଅନୁସାରେ ଡିଏମକେ ୧୭୭ ଆସନ ପାଉଥିବା ବେଳେ, ଏଆଇଏଡିଏମକେ ୫୨, ଏଏମଏମକେ ୫ ଆସନ ପାଇବେ । ସେହିପରି ଚାଣକ୍ୟର ର୍ଭେ ଅନୁସାରେ ଡିଏମକେକୁ ୧୭୪ ଆସନ ମିଳୁଥିବା ବେଳେ, ଏଆଇଏଡିଏମକେ ୫୭ ଓ ଅନ୍ୟାନ୍ୟ ୩ଟି ଆସନ ପାଇବେ ।

ଏକଜିଟ ପୋଲ୍ ସର୍ଭେ ଅନୁସାରେ, କେରଳରେ ପୁଣି ବାମମେଣ୍ଟ ସରକାର ଗଢିବାର ସମ୍ଭାବନା ରହିଛି । ଇଣ୍ଡିଆଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ରିପୋର୍ଟ ଅନୁସାରେ ଏଲଡିଏଫ ୧୦୪-୧୨୦ଟି ଆସନ, ୟୁଡିଏଫ ୨୦-୩୬ଟି ଆସନ ଜିତିବ । ସେହିପରି ରିପବ୍ଲିକ ସିଏନଏକ୍ସ ଅନୁସାରେ ଏଲଡିଏଫ ୭୬ ଓ ୟୁଡିଏଫ ୬୧ଟି ଆସନ ଜିତିବ । ଟାଇମକସ ନାଓ ସି ଭୋଟର ଅନୁସାରେ, ଏଲଡିଏଫ ୭୪ଟି ଆସନ, ୟୁଡିଏଫ ୬୫ଟି ଆସନ ଜିତିବ ।

ଆସାମ କଥା ଯଦି ନଜର ପକାଇବା, ତାହେଲେ ଇଣ୍ଡିଆ ଟୁଡେ ଆକ୍ସିସ୍‌ ମାଇଁ ଇଣ୍ଡିଆ ବିଜେପିକୁ ୭୫ରୁ ୮୫ ଆସନ ଦେଇଥିବା ବେଳେ, କଂଗ୍ରେସ ୪୦ରୁ ୫୦, ଅନ୍ୟାନ୍ୟ ୧ରୁ ୪ଟି ଆସନ ପାଇବେ । ସେହିପରି ରପବ୍ଲିକ ସିଏନଏକ୍ସ ଅନୁସାରେ ବିଜେପି ୭୪ରୁ ୮୪ ପାଉଥିବା ବେଳେ, କଂଗ୍ରେସ ୪୦ରୁ ୫୦, ଅନ୍ୟାନ୍ୟା ୧ରୁ ୩ ଆସନ ପାଇବେ । ଟୁଡେଜ୍‌ ଚାଣକ୍ୟ ଅନୁସାରେ, ବିଜେପି ୬୧ରୁ ୭୯ ଆସନ ପାଉଥିବା ବେଳେ, କଂଗ୍ରେସ ୪୭ରୁ ୬୫ ଓ ଅନ୍ୟାନ୍ୟ ୩ଟି ଆସନ ପାଇବେ ।

ପଣ୍ଡିଚେରିରେ ଏକଜିଟ ପୋଲ୍ ସର୍ଭେରେ ବିଜେପି ସରକାର ଗଢ଼ିବ । ରପବ୍ଲିକ ସିଏନଏକ୍ସ ଅନୁସାରେ ବିଜେପି ୧୮ ଆସନ ପାଉଥିବା ବେଳେ, କଂଗ୍ରେସ ୧୨ଟି ଆସନ ପାଇବ । ତେବେ ଆସନ୍ତା ୨ ତାରିଖରେ ଭୋଟ ଗଣତି ପରେ ପ୍ରକୃତ ସଂଖ୍ୟା ଜଣାପଡ଼ିବ ।

Leave A Reply

Your email address will not be published.