Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୦୩-୦୭-୨୦୧୯ ବୁଧବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୩ ରିଖ ବୁଧବାର ବାର ମିଥୁନ ୧୯ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର-: କର୍କଟ ରାଶିର
ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ବିଛା ଓ କୁମ୍ଭ ରାଶି ମହିଳାଙ୍କର
ଆଜି: ପାଣି କଖାରୁ ଖାଇବା ନିଷେଧ

ମେଷ : ଆଜି ଆପଣଙ୍କୁ ଲକ୍ଷ୍ମୀଙ୍କର କୃପା ମିଳିବ । ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ ।
ବ୍ୟବସାୟୀମାନେ ଲାଭବାନ ହେବେ । ପରିଜନମାନଙ୍କର ସହିତ ବିରୋଧ ହୋଇପାରେ, ସେଥିପାଇଁ କଥା ବାର୍ତ୍ତାରେ ସତର୍କତା ଅବଲମ୍ବନ କରନ୍ତୁ
ପ୍ରତିକାର:ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

ବୃଷ : ଆଜିର ଦିନ ଶୁଭଫଳଦାୟୀ ହେବ । ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ ।
ସାମାଜିକ ରୂପରେ ମାନ-ପ୍ରତିଷ୍ଠା ମିଳିବ ଦାମ୍ପତ୍ୟଜୀବନରେ ସୁଖ ଆଉ ଶାନ୍ତି ପୂର୍ବ
ପରିବାର ଅତୁଟ ରହିବ। ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିବାର ଯୋଗ ରହିଛି
ପ୍ରତିକାର:ସାତଟି ନୀଳ ଅପରାଜିତ ଫୁଲ କାଳୀଙ୍କୁ ଚଢାନ୍ତୁ

ମିଥୁନ : ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ବ୍ୟବସାୟ କ୍ଷେତ୍ରରେ ବାତାବରଣ ଭଲ ରହିବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ଥିତିରେ ଅନୁକୂଳ ପରିବର୍ତ୍ତନ ଆସିବ। ଆପଣଙ୍କ କାର‌୍ୟ୍ୟରେ ବରିଷ୍ଠ ଅଧିକାରୀ ମଧ୍ୟ ସନ୍ତୁଷ୍ଟ ରହିବେ। ଧନ ପ୍ରାପ୍ତିର ଆଜି ଯୋଗ ରହିଅଛି।
ପ୍ରତିକାର:ଚଢେଇମାନଙ୍କୁ ମୁଗଡାଲି ଖାଇବାକୁ ଦିଅନ୍ତୁ

କର୍କଟ: ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଦେବ । ବରିଷ୍ଠ ଅଧିକାରୀମାନଙ୍କର ସିହାଯ୍ୟ ସହଯୋଗ ମିଳିବ । ମହିଳାମାନେ ନିଜ ପରିବାରରେ ପ୍ରସଂଶିତ ହେବେ ।
ପ୍ରତିକାର:ପାଞ୍ଚଟି ତ୍ରିଶାଖା ବେଲପତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଶିବଙ୍କୁ ଚଢାନ୍ତୁ

ସିଂହ: ଆଜି ଆପଣଙ୍କ ପାଇଁ ଦିନଟିକୁ ଶୁଭ ଫଳ ପ୍ରଦାନ କରିବ ।ଦୂର ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା ଯୋଜନା କରିବା ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। କଥା ବାର୍ତ୍ତାରେ ସତର୍କତା ଅବଲମ୍ବନ କରନ୍ତୁ
ପ୍ରତିକାର :ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ

କନ୍ୟା : କାର‌୍ୟ୍ୟ କ୍ଷେତ୍ରରେ ସଫଳତା ମିଳିବ । ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ରହିବେ। ଯଶ ଏବଂ କୀର୍ତ୍ତି ବୃଦ୍ଧି ହେବ। ମାନସିକ ରୂପରେ ଆପଣ ପ୍ରସନ୍ନତା ଅନୁଭବ କରିବେ। ପାରିବାରିକ ସୁଖ-ଶାନ୍ତି ରହିବ। ଯାତ୍ରା ଏବଂ ପର‌୍ୟ୍ୟଟନର ସମ୍ଭାବନା ଅଧିକ ଅଛି।
ପ୍ରତିକାର:କାଗିଜି ଲେମ୍ବୁଟିଏ ପାଖରେ ରଖନ୍ତୁ

ତୁଳା: ନିଜର ବୌଦ୍ଧିକ ଶକ୍ତିରେ ଲେଖନ କାର‌୍ୟ୍ୟ ଏବଂ ସୃଜନାତ୍ମକ କାର‌୍ୟ୍ୟ କରିବାରେ ଆଗକୁ ବଢ଼ିବେ। ଆକସ୍ମିକ ଖର୍ଚ୍ଚର ଯୋଗ ଅଛି। ମଧ୍ୟାହ୍ନ ପରେ କାର‌୍ୟ୍ୟରେ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଆଜି ସହକର୍ମିମାନଙ୍କର ଭଲ ସହଯୋଗ ପ୍ରାପ୍ତ କରିବେ। ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ।
ପ୍ରତିକାର:କଞ୍ଚାକ୍ଷୀରରେ ଅରୁଆ ଚାଉଳ ମିଶାଇ ଡାଳିମ୍ବ ଗଛ ମୂଳରେ ଢାଳନ୍ତୁ

ବିଚ୍ଛା : ଆଜି ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ । ପୂର୍ବର ସମସ୍ୟା ଦୂର ହେବ ଶାନ୍ତି ମିଳିବ ।ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ପରିବାର ପାଇଁ ଚିନ୍ତିତ ହେବେ ।
ପ୍ରତିକାର:୨୫୦ଗ୍ରାମ ମସୁର ଡାଲି କୌଣସି ଭିକାରିକୁ ଦାନ କରନ୍ତୁ

ଧନୁ: ଶାରୀରିକ ଏବଂ ମାନସିକ ପାରିବାରିକ
ସୁଖ ଆଉ ଆନନ୍ଦ ମିଳିବ । ସ୍ଵାସ୍ଥ୍ୟ ଆଜି ଭଲ ରହିବ। ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ କଟିବ। ଘରର ସାଜସଜ୍ଜା ଏବଂ ମନୋରଞ୍ଜନର ସାଧନ କ୍ରୟ କରିବେ।
ପ୍ରତିକାର:ଗଣେଶଙ୍କ ନିକଟରେ ସାତଟି ରାଶି ଲଡୁ ଭୋଗକରି ପିଲାମାନଙ୍କୁ ବାଣ୍ଟନ୍ତୁ

ମକର : ଆଜ ଦିନ ଭଲ ଅଛି, ଆପଣ କାହା ସହିତ ଅଧିକ ବାଦ-ବିବାଦ କରନ୍ତୁ ନାହିଁ । ଧାର୍ମିକ କାର‌୍ୟ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇ ପାରେ ସେଥିପାଇଁ କଥା ବାର୍ତ୍ତା ନିୟନ୍ତ୍ରଣ ରଖନ୍ତୁ ଶାରୀରିକ ରୂପରେ ଆପଣ ସୁସ୍ଥ ରହିବେ। ଭାଗ୍ୟ ବୃଦ୍ଧିର ଯୋଗ ଅଛି।
ପ୍ରତିକାର:ନିଜ ଖାଦ୍ୟରୁ କିଛି କୁକୁରକୁ ଖାଇବାକୁ ଦିଅନ୍ତୁ

କୁମ୍ଭ : ଆଜି ସାଂସାରିକ ଜୀବନରେ ଭୁଲ୍ ବୁଝାମଣା ଦେଖାଦେବ । ଆଧ୍ୟାତ୍ମିକ ବିଷୟ ଆଡ଼କୁ ଆପଣ ମନୋ ନିବେଶ କରିବେ । ଶାରୀରିକ ପ୍ରଫୁଲ୍ଲତା ଏବଂ ମାନସିକ ପ୍ରସନ୍ନତା ରହିବ। ମଧ୍ୟାହ୍ନ ପରେ ଆପଣ ଧାର୍ମିକ କାର‌୍ୟ୍ୟଗୁଡ଼ିକ ପ୍ରତି ଆକର୍ଷିତ ହେବେ। ଗୃହସ୍ଥ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଧନ ଲାଭର ଯୋଗ ରହିଛି ।
ପ୍ରତିକାର:ଶିବ ପଞ୍ଚାକ୍ଷରୀ ମନ୍ତ୍ରକୁ ପାଞ୍ଚ ଥର ଜପ କରନ୍ତୁ

ମୀନ : ସାବଧାନ ରୁହନ୍ତୁ କୋର୍ଟ-କଚେରୀର
ଦ୍ବାରସ୍ଥ ହୋଇ ପାରନ୍ତି । ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ଶାନ୍ତି ମିଳିବ ଆପଣ ଆନନ୍ଦ ଅନୁଭବ କରିବେ । ବିଶେଷକରି ଧାର୍ମିକ ଏବଂ ଆଧ୍ୟାତ୍ମିକ
ଦିଗରେ ଆପଣଙ୍କ ମନ ଲାଗି ରହିବ। ମିତ୍ରମାନଙ୍କ ତରଫରୁ ଉପହାର ପ୍ରାପ୍ତି ହେବ। ପାରିବାରିକ ବାତାବରଣରେ ଆନନ୍ଦ ରହିବ।
ପ୍ରତିକାର: ଓଁ ନମଃ ନାରାୟଣାୟ ଏହି ମନ୍ତ୍ରକୁ ୨୧ଥର ଜପ କରନ୍ତୁ

Leave A Reply

Your email address will not be published.