Latest Odisha News

BREAKING NEWS

ଆଜିଠୁ +୨ ନାମଲେଖା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଯୁକ୍ତ ୨ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି ।

ଏହି ଆଡମିଶନ୍ ପ୍ରକ୍ରିୟା ଜୁଲାଇ ୬ ତାରିଖ ଯାଏଁ ଜାରି ରହିବ ।

ଚଳିତ ଥର ପ୍ରଥମ ବର୍ଷ ଲାଗି ୩,୭୫,୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩,୩୩,୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି +୨ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା । ଅପରପକ୍ଷରେ ଜୁଲାଇ ୧୨ରେ ଦ୍ୱିତୀୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ ।

ସେହିପରି ବଳକା ସିଟ୍ ଲାଗି ସ୍ପଟ୍ ଆଡମିଶନ କରାଯିବ ବୋଲି ସୁତ୍ରରୁ ପ୍ରକାଶ । ତେବେ ଯୁକ୍ତ ଦୁଇ ଲାଗି ରେଗୁଲାର କ୍ଲାସ୍ ଜୁଲାଇ ୨୯ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.