Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୫-୬-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁନ୍ 
 ତା ୫ ରିଖ  ଶୁକ୍ରବାର ବୃଷ  ୨୩ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି  ଅନୁରାଧା ନକ୍ଷତ୍ର ଦିନ୪ଟା ୪୬ ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର  ଭୋଗ ହେବ
ଘାତ ବାର-:  ବିଛା ଧନୁ ଓ ମୀନ ରାଶିର  
ଘାତ ଚନ୍ଦ୍ର: ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର 
ଆଜି:  ମତ୍ସ୍ୟ ମାଂସ ଖାଇବା ନିଷେଧ 
ଆଜି -ଦେବ ସ୍ନାନ ପୂର୍ଣ୍ଣିମା
 ମେଷ 
 ଆଜି ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇ ଗତି କରିବେ ।
ପାରିବାରିକ କ୍ଷେତ୍ରରେ ମତାନ୍ତର ଓ  ଅଶାନ୍ତି ପରିସ୍ଥିତିର ଦେଖାଦେବ। ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ । ଧନ ହାନୀ ପ୍ରାଣ ପୀଡା ହେବ।
ବୃଷ
 ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ ।   ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିବ। ସାଙ୍ଗସାଥୀ କିମ୍ବା ବନ୍ଧୁ  ମାନେ ସମାଲୋଚନା କରିବେ କିନ୍ତୁ ପରାଜୟ ହେବେ । 
 ମିଥୁନ
 ଆଜି ବିଭିନ୍ନ ଦିଗରୁ ଅର୍ଥାଗମର ରାସ୍ତା ଖୋଲିଯିବ ।  ଅପ୍ରିୟସତ୍ୟ କହି ଅଯଥା କଳହ ହୋଇପାରେ । ପରିବାରରେ ଭୁଲ୍‌ ବୁଝାମଣା, ଦେଖା ଦେବ । ଶାରୀରିକ ପୀଡା ଓ ମାନସିକ  ଅଶାନ୍ତି ମନକୁ ଭାରାକ୍ରାନ୍ତ କରାଇବ ।  ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ରହିଛି ।
କର୍କଟ
ଆଜି  ଆପଣଙ୍କୁ ସଫଳତା ମିଳିବ। ଯେକୌଣସି କ୍ଷେତ୍ର ହେଉନା କାହିଁକି ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟ  ଲାଭ କରିବେ। ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇବେ। କେତେକ କ୍ଷେତ୍ରରେ ଠିକ୍‌ ସିଦ୍ଧାନ୍ତ ନେଇ ପାରିବେ ନାହିଁ।
ସିଂହ
ସତର୍କତା ଅବଲମ୍ବନ କରନ୍ତୁ ଠକାମିରେ ପଡିପାରନ୍ତି । କୌଣସି ଖବର ପାଇ ଆକସ୍ମିକ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ରହୁଥିବା ପରିବେଶରେ କୌଣସି ବ୍ୟତିକ୍ରମ ଜନିତ ଆପଣଙ୍କ କାମ ଅଟକି ରହିଯିବାର ଆଶଙ୍କା ଉପୁଜିପାରେ। ସଭାସମିତିରେ କିମ୍ବା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
କନ୍ୟା
ମନ ନିର୍ମଳ ରହିବ  ।  ଆଜି ଆପଣଙ୍କ ସକାଶେ ପ୍ରତ୍ୟେକ କାମ  ଅନୁକୂଳ ରହିବ ।ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ପାଇବା ନିଶ୍ଚିତ । ଦୀର୍ଘଦିନର ଚେଷ୍ଟାର ପରିଣାମ ସ୍ୱରୂପ ଋଣ ସୂତ୍ରରେ ଆଜିହିଁ ଅର୍ଥଲାଭ କରିପାରନ୍ତି। ବାଣିଜ୍ୟରେ ପ୍ରତିବନ୍ଧକ ଜନିତ ଦୁଃଚିନ୍ତା ବଢିପାରେ।
ତୁଳା
ଆଜି ନୂତନ କାମ କରିବା ପାଇଁ ମାନସିକ ସ୍ତରରେ ନିଷ୍ପତି ନେଇପାରନ୍ତି। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇବା ସକାଶେ ବେଶୀ କଷ୍ଟ କରିବାକୁ ପଡିବନାହିଁ । କୌଣସି  ଶୁଭ ଖବର ପାଇ ଖୁସି ଅନୁଭବ କରିବେ । ମହିଳାମାନେ ନିଜ ପରିବାରର ପ୍ରଶଂସିତ ହେବେ ।
ବିଛା
କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ପରିସ୍ଥିତିକୁ ଅନୁଧ୍ୟାନ କରି ପୂର୍ବ ସ୍ଥିରୀକୃତ ନିଜର ମତ ଓ କାମକୁ ବଦଳାଇପାରନ୍ତି । ଭୁଲ୍‌ ବୁଝାମଣା ଜନିତ  ଘରୋଇ କଳହରେ ଦେଖା ଦେଇପାରେ ।   ଆଶା ପୂରଣପାଇଁ କେହି ଜଣେ ସାହାଯ୍ୟ କରିପାରନ୍ତି ।  ବାଣିଜ୍ୟ, ବ୍ୟବସାୟରେ ସଫଳତା ମିଳିବ ।
ଧନୁ
ଯେକୌଣସି  ପଦକ୍ଷେପ ନେବେ ସେଥିରେ ସଫଳତା  ମିଳିବ ।  । ଆଶା କରୁଥିବା ଦିଗରୁ ଲାଭବାନ ହେବେ । ମନଭିତରେ ଥିବା ଆଶା ଅଭିଳାଷ ପୁରଣ ହେବ । ଚେଷ୍ଟା କରୁଥିବା  କ୍ଷେତ୍ରରେ ଶୁଭଫଳ ପାଇବେ । ବିବାଦୀୟ କ୍ଷେତ୍ରରେ  ଅନ୍ୟର ସମର୍ଥନ ହାସଲ କରି ବିଜୟ ହେବେ।
ମକର
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଦୂର ହୋଇଯିବ ।  ବନ୍ଧୁଙ୍କ ସହଯୋଗ ମିଳିବ   । ଆମଦାନୀ ରତ୍ପାନୀ ବାଣିଜ୍ୟ, ହୋଟେଲ, ରେଷ୍ଟୁରାଣ୍ଟ, ଲୌହତୈଳାଦି ବ୍ୟବସାୟରେ  ଲାଲାଭବାନ ହେବେ। ଯାତ୍ରା  ପାଇଁ ଦିନଟି ଅନୁକୂଳ ରହିବ ।
କୁମ୍ଭ
ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।  ଆପଣଙ୍କ ମୁହଁ ସାମ୍‌ନାରେ କିଏ କିଛି କହିବାକୁ ସାହସ କରିପାରିବେ ନାହିଁ, ମାତ୍ର ପଛରେ  ସମାଲୋଚନା କରିବେ। ନିଜ ଲୋକମାନଙ୍କ କାର୍ଯ୍ୟ କଳାପକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସକାଳ ସମୟରେ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇପାରନ୍ତି। ସଭାସମିତିରେ ସମ୍ମାନିତ ହେବେ । ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
ମୀନ
ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ଏକପ୍ରକାର ଆଶ୍ୱସ୍ଥି ଅନୁଭବ କରିବେ। ବହୁତ ଦିନରୁ ଅଟକି ରହିଥିବା କାମଗୁଡିକ ଆଜି ଅପରାହ୍ନେ ଠିକ୍‌ ଭାବରେ ସମ୍ପନ୍ନ ହେବ। ଅଯଥା ତର୍କ ଓ ବିବାଦ କାରଣରୁ ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତର ହୋଇପାରେ। ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Comments are closed.