Latest Odisha News

BREAKING NEWS

ବନ୍ଦ ହୋଇପାରେ ଛାତ୍ରସଂସଦ ନିର୍ବାଚନ; ଏବେଠୁ ଆଶାୟୀ ଚିନ୍ତିତ !

ଭୁବନେଶ୍ୱର: କରୋନା ଭୂତାଣୁ ଜନିତ ଲକ୍‌ଡାଉନ୍ ପରିସ୍ଥିତି ଯୋଗୁଁ କେବଳ ଓଡ଼ିଶା ନୁହେଁ ସାରା ଭାରତର କ୍ୟାମ୍ପସରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରତିବର୍ଷ ଅକ୍ଟୋବରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ରାଜ୍ୟର ପ୍ରମୁଖ କଲେଜ, ବିଶ୍ୱବିଦ୍ୟାଳୟରେ ଆଶାୟୀ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି ।  ଚଳିତବର୍ଷ ଅନେକ ବ୍ୟତିକ୍ରମ ଉପୁଜିଛି । ତେବେ କରୋନା ଲାଗି ପାଠପଢ଼ା ବନ୍ଦ ରହିଥିବା ବେଳେ ଯଦି ଅଗଷ୍ଟରୁ ପାଠପଢ଼ା ଆରମ୍ଭ ହୁଏ ତେବେ ନିର୍ବାଚନ ପ୍ରକ୍ରିୟା ହେବ ନାହିଁ । ତଥାପି ନିର୍ବାଚନ ପ୍ରକ୍ରିୟା ଲାଗି ଅଗଷ୍ଟ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନିଷ୍ଫତି ଗ୍ରହଣ କରାଯିବ ।

ସେହିପରି କଲେଜରେ ପାଠପଢ଼ା ଏବଂ ପ୍ରଥମ ବର୍ଷ ପରୀକ୍ଷା ଲାଗି କଲେଜ କର୍ତ୍ତୃପକ୍ଷ ଚିନ୍ତି ହୋଇପଡିଥିବା ବେଳେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ବାତିଲ ହେବାର ସମ୍ଭାବନା ରହିଛି ବୋଲି ଶୁଣିବାକୁ ମିଳୁଛି । +୨ପରୀକ୍ଷା ଶେଷ ହୋଇନଥିବା ବେଳେ ଅଗଷ୍ଟ ଶେଷ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଅନୁମାନ କରାଯାଇଛି । ଫଳରେ +୩ ନାମଲେଖା ବିଳମ୍ବ ହେବା ସ୍ପଷ୍ଟ ହୋଇଛି ।

ଅଧିକ ପଢନ୍ତୁ – ସତର୍କ ରହିବାରେ ଢିଲା କରନ୍ତୁ ନାହିଁ, ସଟ୍ ଡାଉନ ମାନନ୍ତୁ: ମୁଖ୍ୟମନ୍ତ୍ରୀ

ନିର୍ବାଚନ ପାଖେଇ ଆସିଲେ ରାଜଧାନୀର ପ୍ରମୁଖ କ୍ୟାମ୍ପସ ଅଶାନ୍ତ ହୋଇଉଠେ । ଗତ ୫ବର୍ଷ ହେବ ନିର୍ବାଚନ ସମୟରେ କିଛି ନିର୍ଦ୍ଧିଷ୍ଟ ପ୍ରମୁଖ କ୍ୟାମ୍ପସରେ ଛାତ୍ର ଅଶାନ୍ତି ସାଙ୍ଗକୁ ଗୋଷ୍ଟୀ ସଂଘର୍ସ ଦେଖିବାକୁ ମିଳୁଛି । ତେବେ କ୍ୟାମ୍ପସରେ ଆଶାୟୀ ପ୍ରାର୍ଥୀଙ୍କ ଛକାପଞ୍ଝା ସାଙ୍ଗକୁ ଅଣଛାତ୍ରଙ୍କ ହସ୍ତକ୍ଷେପ ଲାଗି ଛାତ୍ର ଅଶାନ୍ତି ଉଗ୍ରରୂପ ନେଇଥାଏ । ଏପରିକି ଗତ ୨ବର୍ଷ ହେବ ଅନେକ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଛାତ୍ର ପ୍ରତିନିଧି ଲାଗି ଆଶା ବାନ୍ଧିଥିବା ପିଲାମାନେ ମଧ୍ୟ ଏବର୍ଷ ପୁଣିଥରେ ହତାଶ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସେହିପରି ନର୍ବାଚନ ପୂର୍ବରୁ ସୁରକ୍ଷା ବୈଠକ, ଅଭିଭାବକ ବୈଠକ, ପରିଚାଳନା ବୈଠକ ଲାଗି ସମୟ ନାହିଁ । ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ପରୀକ୍ଷା ମଧ୍ୟ ହୋଇପାରିନି ।

ତେବେ ଡିଗ୍ରୀ କଲେଜରେ ୨ୟ ସେମିଷ୍ଠାର ଏବଂ ୪ଥ ସେମିଷ୍ଠର ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । କଲେଜ ବନ୍ଦ ଥିବା ବେଳେ କଲେଜ ଖୋଲିଲେ ପାଠପଢ଼ା କିପରି ହେବ ତାକୁ ନେଇ ମଧ୍ୟ କଲେଜ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଛନ୍ତି । ରାଜ୍ୟରେ ୧୧୪୦କଲେଜ ଏବଂ ୮ଟି ବିଶ୍ୱବିଦ୍ୟାଳୟରେ ନିୀର୍ବାଚନ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ ।

ତେବେ ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ଯଦି ଲାଗି ରହେ ତେବେ ପାଠପଢ଼ା ହେବ କି ନାହିଁ ତାହା ବି ସନ୍ଦେହ ଘେରରେ ।

 

Leave A Reply

Your email address will not be published.