Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ 

ତା ୮-୬-୨୦୨୦ ସୋମବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଜୁନ 
ତା ୮ ରିଖ  ସୋମବାର ବୃଷ  ୨୬ ଦିନ  ଆଷାଢ ମାସ କୃଷ୍ଣ ପକ୍ଷ  ତୃତୀୟା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର 
ଘାତ ବାର-:  ମିଥୁନ   ରାଶିର
ଘାତ ଚନ୍ଦ୍ର: ତୁଳା କୁମ୍ଭ ରାଶି ପୁରୁଷ, ବୃଷ ମିଥୁନ ରାଶି ମହିଳାଙ୍କର 
ଆଜି: ପୋଟଳ  ଖାଇବା ନିଷେଧ
 ମେଷ
ଆଜି ଆପଣଙ୍କୁ ସଫଳତା ମିଳିବ । ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମହିଳାମାନେ ପ୍ରତ୍ୟେକ ଦିଗରୁ ଯଶସ୍ୱୀ ହେବେ ।
ବୃଷ
ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଖା ଦେଇପାରେ । ମନ ଅସ୍ଥିର ସହ  ଅପ ବ୍ୟୟ କରାଇବ । କର୍ମ କ୍ଷେତ୍ରରେ ଶତୃ ବୃଦ୍ଧି ହେବ । ବିଦ୍ୟାର୍ଥୀମାନେ ସଫଳତା ପାଇବେ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
 ମିଥୁନ
ଜଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ । ମାନ ହାନୀ ଅଙ୍ଗ ପୀଡା ଅନୁଭବ କରିବେ ।   ନିଜର ଲୋକ ବିରୁଦ୍ଧାଚରଣ କରିବେ ।ବ୍ୟବସାୟରେ ସ୍ଥିରତା ରହିବ ନାହିଁ  ।
କର୍କଟ
ଧନ ମାନ ସମ୍ମାନ ପ୍ରତିଷ୍ଠା ସୌଭାଗ୍ୟ ପ୍ରାପ୍ତି ହେବ । ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ  । ଆକସ୍ମିକ ଭାବରେ ଅର୍ଥ ପ୍ରାପ୍ତି ହେବ । ଲୋକ ସମ୍ପର୍କ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ
ଆଜି ଆପଣଙ୍କୁ ସଫଳତା ମିଳିବ ନାହିଁ । ନିର୍ମାଣଧୀନ କାର୍ଯ୍ୟରେ ପ୍ରତିବନ୍ଧକ ଦେଖା ଦେବ । ମାଲିମକଦମାରେ ଜଡିତ ହୋଇ ପାରନ୍ତି । ବ୍ୟବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।
କନ୍ୟା
ଆଜି ଆପଣଙ୍କୁ ସଫଳତା ମିଳିବ । ଆଶାନୁରୂପ ଯୋଜନାକୁ କାର୍ଯ୍ୟକାରୀ କରିବେ  । ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି । ସାଂସାରିକ ଜୀବନରେ ହସଖୁସି ଦେଖା ଦେବ । ବ୍ୟବସାୟରେ ସଫଳତା ମିଳିବ ।
ତୁଳା
 ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ  । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ଅପମାନିତ ଅସୁରକ୍ଷିତ ହେବେ । ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ । ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।
ବିଛା
 କର୍ମ ପ୍ରାପ୍ତିର ଯୋଗ ରହିଛି । ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ବ୍ୟୟ ।
ଧନୁ
 ହଠାତ୍ ଶରୀର ଅସୁସ୍ଥ ହୋଇ ଯିବ । କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ମାଲି ମକଦ୍ଦମାରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଛାତ୍ରଛାତ୍ରୀମାନେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ । ନିର୍ମାଣଧୀନ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।
ମକର
ଦୂର ସ୍ଥାନକୁ ଯାତ୍ରା କରିବେ । ଯାତ୍ରାରେ ସଫଳତା ମିଳିବ । ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ବ୍ୟବସାୟରେ ଜଗି ରଖି ଚଳନ୍ତୁ ଧାର କରଜ କରିପାରନ୍ତି ।
କୁମ୍ଭ
ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୀତି କ୍ଷେତ୍ରରେ ଜନ ସମାଜରେ ପ୍ରଶଂସିତ ହେବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।
ମୀନ
ମନ ନିର୍ମଳ ରହିବ । ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ । ବ୍ୟବସାୟରେ ଲାଭ ମିଳିବ ।  ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.