Latest Odisha News

BREAKING NEWS

ସୋମବାର ଖୋଲିବନି ମନ୍ଦିର, ଜୁନ ୩୦ ଯାଏଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ବା ଏଏସଆଇ ପକ୍ଷରୁ ରାଜ୍ୟର ୪୬ ଟି ମନ୍ଦିର ଖୋଲିବା ନେଇ ଯେଉଁ ବିଜ୍ଞପ୍ତି ଜାରି ହୋଇଥିଲା ସେ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଜୁନ ୩୦ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ମନ୍ଦିର । ପୂର୍ବ ଭଳି ସମସ୍ତ କଟକଣା ଜାରି ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଏଏସଆଇ ପକ୍ଷରୁ ସୋମବାର ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ସମେତ ୪୬ଟି ମନ୍ଦିର ଖୋଲିବା ନେଇ ଅନୁମତି ମିଳିଥିଲା । ରାଜ୍ୟରେ ୪୬ ମନ୍ଦିର ସମେତ ଦେଶର ୮୨୦ଟି ମନ୍ଦିରକୁ ଏହି ଅନୁମତି ଦିଆଯାଇଥିଲା । କିନ୍ତୁ ବିଜ୍ଞପ୍ତିରେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବେ କି ନାହିଁ ସେ ନେଇ ନିଷ୍ପତ୍ତି ନେଇ ପାରିବେ ବୋଲି ଉଲ୍ଲେଖ ହୋଇଥିଲା ।

ତେବେ ରାଜ୍ୟରେ ଜୁନ ୩୦ ଯାଏଁ ମନ୍ଦିର ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

 

Leave A Reply

Your email address will not be published.